36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଏୟାରବସ୍ ସହ ୨୨, ୦୦୦ କୋଟିର ଚୁକ୍ତି ସ୍ୱାକ୍ଷରିତ

ଏୟାରବସ୍ ସହ ୨୨, ୦୦୦ କୋଟିର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏୟାରବସ୍ କମ୍ପାନୀ ସହ ୨୨,୦୦୦ କୋଟି ଟଙ୍କାର ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତଦନୁଯାୟୀ ଟାଟା କମ୍ପାନୀ ସହ ମିଳିତ ସହଯୋଗରେ ଏୟାରବସ୍ ୫୬ଟି ସି-୨୯୫ ଅତ୍ୟାଧୁନିକ ପରିବହନ ବିମାନ ନିର୍ମାଣ କରିବ । ସୂଚନାଯୋଗ୍ୟ କିଛି ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ସୁରକ୍ଷା କମିଟି ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲା । ଚୁକ୍ତି ଅନୁଯାୟୀ ଏୟାରବସ୍ ପ୍ରଥମେ ୧୬ଟି ବିମାନ ନିର୍ମାଣ କରି ଭାରତୀୟ ବାୟୁସେନାକୁ ଯୋଗାଇବ। ପରବର୍ତ୍ତୀ ପର୍ଯ୍ୟାୟରେ ଟାଟା କମ୍ପାନୀ ସହଯୋଗରେ ଅବଶିଷ୍ଟ ୪୦ଟି ସି-୨୯୫ ବିମାନ ଭାରତରେ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଭାରତୀୟ ବାୟୁସେନାରେ ଥିବା ଆଭ୍ରୋ-୭୪୮ ପରିବହନ ବିମାନ ପୁରୁଣା ହୋଇଯାଇଥିବାରୁ ସେଗୁଡିକୁ ହଟାଇ ସି-୨୯୫ ବିମାନକୁ ସାମିଲ କରାଯିବ । ଆଭ୍ରୋ ବିମାନକୁ ହଟାଇବାକୁ ବାୟୁସେନା କର୍ତ୍ତୃପକ୍ଷ ୨୦୧୨ରୁ ନିଷ୍ପତ୍ତି ନେଇସାରିଥିଲେ ସୁଦ୍ଧା ବିକଳ୍ପ ବିମାନ ଯୋଗାଡ କରିବାରେ ଏଭଳି ବିଳମ୍ବ ଘଟିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking