32.1 C
Bhubaneswar
Tuesday, April 23, 2024
Homeଓଡିଶାନାବାଳିକା ଦୁଷ୍କର୍ମ ମାମଲାରେ୧୧ବର୍ଷ ଜେଲଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲାରେ୧୧ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର: ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍‌ସୋ କୋର୍ଟ ଜଜ୍ ଗୁରୁ ପ୍ରସାଦ ମହାନ୍ତି ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିଛନ୍ତି। ଅଭିଯୁକ୍ତକୁ ଅଳିଆ ସାହୁଙ୍କୁ ୧୧ହଜାର ଟଙ୍କା ଜରିମାନା ସହ ୧୧ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ପୀଡ଼ିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ୨୦୧୪ ଜୁଲାଇ ୧୨ତାରିଖ ବୁଗୁଡ଼ା ଥାନା ଇଲାକାରେ ରହୁଥିବା ଅଳିଆ ସାହୁ ଜନୈକା ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ କେସ୍ ନଂ ୧୨୬/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରରେ ୧୨ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତକୁ ୧୧ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking