27.8 C
Bhubaneswar
Tuesday, April 14, 2026
Homeଓଡିଶାନୂଆପଡ଼ା ସୁନାବେଡାରେ ବିଜେପି ପାଇଁ ଭୋଟ ଭିକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ନୂଆପଡ଼ା ସୁନାବେଡାରେ ବିଜେପି ପାଇଁ ଭୋଟ ଭିକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ମା’ ସୁନାଦେଇ ମନ୍ଦିରରେ ଦର୍ଶନ କରି ଆଜି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିବା ସହ ସାମୁହିକ ପ୍ରସାଦ ସେବନ କରି ପଞ୍ଚାୟତ ରେ ଭୋଟ ପ୍ରଚାର କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ପୂର୍ବାହ୍ନରେ ସୁନାବେଡା ପଞ୍ଚାୟତ ଯାଇ ପ୍ରଥମେ ସେଠାକାର ଅଧିଷ୍ଠାତ୍ରୀ ଦେବୀ ସୁନାଦେଇଙ୍କ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବସରରେ ସେଠାରେ ଦଳର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ମା’ଙ୍କ ନିକଟରେ ଦଳୀୟ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ। ପରେ ସ୍ଥାନୀୟ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହ ପ୍ରସାଦ ସେବନ କରିଥିଲେ ମନ୍ତ୍ରୀ । ପରେ ସେଠାରୁ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପଦଯାତ୍ରାରେ ଘରକୁ ଘର ବୁଲି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking