33.1 C
Bhubaneswar
Friday, April 26, 2024
Homeକର୍ପୋରେଟ୍ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ

ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର – ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍‌ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ

– ଦେଶର ୫ କୋଟି ଘରକୁ ପାଇପ ଯୋଗେ୍ ପ୍ରାକୃତିକ ଗ୍ୟାସ ପହଁଚାଇବାର ଉଚ୍ଚାଭିଳାଷୀ ଯୋଜନା
– ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲ୍‌ଏନ୍‌ଜି ଷ୍ଟେସନ ପ୍ରତିଷ୍ଠା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ
– ସିଏନଜି ଷ୍ଟେସନ ଦେଶର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ
– ସାରା ଦେଶରେ ପ୍ରତିଷ୍ଠା କରାଯିବ ୫ ହଜାର କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଲାଂଟ୍
– ଚୀନ ଏବଂ ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର
– ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ କାର୍ଯ୍ୟରତ ଭାରତ ସରକାର
ନୂଆଦିଲ୍ଲୀ/ଭୁବନେଶ୍ୱର,  – ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ
ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ
ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି
ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକାର୍ପିତ
ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ
ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ । ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ
ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି । ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ
ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି । ଦେଶର ୫ କୋଟି ଘରକୁ ପାଇପ
ଯୋଗେ୍ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦
ଏଲ୍‌ଏନ୍‌ଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ
ଆଣିବ । ଏହାସହ ସାରା ଦେଶରେ ୫୦୦୦ କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଲାଂଟ୍ ପ୍ରତିଷ୍ଠା କରିବା ଦିଗରେ
ଭାରତ ସରକାର ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ସରକାର ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା
ପ୍ରାକୃତିକ ଗ୍ୟାସର ସେୟାରକୁ ବର୍ତମାନର ୬.୩ ପ୍ରତିଶତରୁ ୧୫ ପ୍ରତିଶତ କରାଯିବାର ଲକ୍ଷ୍ୟ
ରଖାଯାଇଛି । ବର୍ତମାନ ଦେଶରେ ପ୍ରାୟ ୧୭ ହଜାର କିମି ଲମ୍ବ ଗ୍ୟାସ ପାଇପଲାଇନର ନିର୍ମାଣ କାମ
ଚାଲୁଅଛି । ପରିବେଶ ସହଯୋଗୀ ଇନ୍ଧନ ଉପଲବ୍ଧ କରିବା ପାଇଁ ସିଜିଡି ନେଟୱାର୍କର ସଂପ୍ରସାରଣ
କରାଯାଉଛି । ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଏବଂ ସିଏନଜି ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ
ଗ୍ୟାସ ଯୋଗାଯାଉଛି । କମ୍ପ୍ରେସଡ୍ ବାୟୋ-ଗ୍ୟାସ(ସିବିଜି) ଏବଂ ଜୈବଖତ ଉତ୍ପାଦନ କରି ଉଦ୍ୟମୀ
ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଚୀନ ଏବଂ ଆମେରିକା ପରେ ଦ୍ୱିତୀୟ ବୃହତମ ଜନସଂଖ୍ୟା ଆଧାରରେ ଭାରତ
ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର । ବିଶ୍ୱରେ ଅଧିକ ଉର୍ଜା ବ୍ୟବହାର କରିଥିବା କ୍ଷେତ୍ରରେ
ଭାରତରେ ଉର୍ଜା ଉପଭୋକ୍ତା ଏବଂ ଉର୍ଜା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶର ପ୍ରଦୂଷଣକୁ ହ୍ରାସ
କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ।
ଉର୍ଜା ବ୍ୟବସାୟରେ ନୂଆ ନିବେଶକଙ୍କ ପାଇଁ ନୀତି ସଂସ୍କାର ଅଣାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ
ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଉର୍ଜା
କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ବଢିବ ଏବଂ ଉପଭୋକ୍ତାଙ୍କ ପାଇଁ ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିବ ବୋଲି
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
—————

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking