ପରେଶ ରାୱଲ ହେଲେ NSDର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : ପ୍ରସିଦ୍ଧ ଅଭିନେତା ବା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ବିଜେପିର ପୂର୍ବ ଲୋକସଭା ସାଂସଦ ପରେଶ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ । ୨୦୧୭ ମସିହାରୁ ଏନଏସଡି ଅଧ୍ୟକ୍ଷ ପଦ ଖାଲିପଡିଥିଲା । ପରେଶଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ସୂଚନା ଦିଆଯାଇଛି ।

ତିନି ଦଶନ୍ଧି ଧରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସିଛନ୍ତି । ୧୯୯୪ ମସିହାରେ ସେ ଅନେକ ଜାତୀୟ ପୁରସ୍କାର ର ବିଜେତା ଭାବେ ବିବେଚିତ ହେବା ସହ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବରେ ଆଓାର୍ଡ ପାଇଛନ୍ତି । ୨୦୧୪ ମସିହାରେ ସେ ସବୁଠୁ ଉଚ୍ଚ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here