26.1 C
Bhubaneswar
Wednesday, January 8, 2025
Homeଓଡିଶାକୋରାପୁଟରେ ପହଂଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୮୪, ଯିବେ ୧୧୭ ଯାତ୍ରୀ

କୋରାପୁଟରେ ପହଂଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୮୪, ଯିବେ ୧୧୭ ଯାତ୍ରୀ

କୋରାପୁଟ : ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଗତ ମାର୍ଚ୍ଚ ୨୬ରୁ ରେଳ ଚଳାଚଳ ବନ୍ଦ ରହିଥିଲା । ଜୁନ୍ ୮ରୁ କିଛି ଯାତ୍ରୀବାହୀ ଟ୍ରେନ୍ ଚଳାଇବା ନିମନ୍ତେ ଭାରତ ସରକାର ନିଷ୍ପତି ନେବା ଯୋଗୁଁ ଦୀର୍ଘ ୭୫ ଦିନର ବ୍ୟବଧାନ ପରେ ଭୂବନେଶ୍ୱରରୁ ସମ୍ବଲପୁର ଦେଇ ଆସିଥିବା ସ୍ପେସିଆଲ୍ ଏକ୍ସପ୍ରେସ୍ ଟ୍ରେନ୍ ଆଜି କୋରାପୁଟରେ ପହଂଚିଛି । ଟ୍ରେନଟି ପୂର୍ବାହ୍ଣ ୧୧ଟାରେ ପହଂଚିବାର ଥିଲେ ମଧ୍ୟ ପ୍ରାୟ ଏକଘଂଟା ବିଳମ୍ବରେ କୋରାପୁଟ ଷ୍ଟେସନରେ ପହଂଚିଥିଲା । ଟ୍ରେନର ଶୀତତାପନିୟନ୍ତ୍ରୀତ କୋଚରେ ୧୫ ଓ ସ୍ଲିପର୍ କୋଚରେ ୬୯ ମୋଟ ୮୪ଜଣ ଯାତ୍ରୀ କୋରାପୁଟକୁ ଆସିଥିଲେ । ଟ୍ରେନ୍ ପହଂଚିବା ପୂର୍ବରୁ କୋରାପୁଟ ରେଳ ଷ୍ଟେସନରେ ପୁଲିସ୍ ଟିମ୍ ପହଂଚି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବାବେଳେ ଅଗ୍ନିଶମ ବିଭାଗ ତରଫରୁ ଷ୍ଟେସନରେ ବିଶୋଧନ ସ୍ପ୍ରେ କରା ଯାଇଥିଲା । ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ,ଏସଡିପିଓ ବଳଭଦ୍ର ଦୀପ,ଥାନା ଅଧିକାରୀ ପୀତବାସ ଧାରୁଆ,ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଷ୍ଟେସନ୍ ମେନେଜର ନରେନ୍ଦ୍ର କୁମାର ଭିତିରିଆ,ଆରଟିଓ ପ୍ରସନ୍ନ କୁମାର ଦାଶ ଓ ଡିଆଇପିାରଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଉପସ୍ଥିତ ଥିଲେ । ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନ୍ ପ୍ରବେଶ ଦ୍ୱାର ନିକଟରେ ସମସ୍ତ ଯାତ୍ରୀମାନଙ୍କୁ ଡାକ୍ତରୀ ଟିମ୍ ଦ୍ୱାରା ସ୍କ୍ରୀନିଂ କରା ଯାଇଥିବାବେଳେ ସମସ୍ତଙ୍କର ଟେମ୍ପେରେଚର୍ ନର୍ମାଲ୍ ଥିବା ଓ କୌଣସି ଲକ୍ଷଣ ନଥିବାରୁ ସେମାନଙ୍କୁ ନିଜ ଘରକୁ ଯିବାକୁ ଛାଡି ଦିଆ ଯାଇଥିଲା । ଅନ୍ୟ ପକ୍ଷରେ କୋରାପୁଟରୁ ସମ୍ବଲପୁର ଦେଇ ଭୂବନେଶ୍ୱର ଯିବାକୁ ଥିବା ଆଜିର ଟ୍ରେନରେ କୋରାପୁଟରୁ ୧୧୭ଜଣ ଓ ଦାମନଯୋଡି,କାକିରିଗୁମ୍ମା ଏବଂ ଲକ୍ଷ୍ମୀପୁର ଷ୍ଟେସନରୁ ମଧ୍ୟ କିଛି ଯାତ୍ରୀ ଯିବେ ବୋଲି ଷ୍ଟେସନ୍ ମ୍ୟାନଜର ନରେନ୍ଦ୍ର କୁମାର ଭିତିରିଆ ସୂଚନା ଦେଇଛନ୍ତି । ସମସ୍ତ ଯାତ୍ରୀ ମାନଙ୍କର ସ୍କ୍ରୀନିଂ କରାଯିବା ପରେ ଟ୍ରେନରେ ଚଢିବାକୁ ଅନୁମତି ଦିଆ ଯିବ ବୋଲି ଷ୍ଟେସନ୍ ମ୍ୟାନଜର ସୂଚନା ଦେବା ସହ ଟ୍ରେନ୍ ଛାଡିବା ପରେ ଷ୍ଟେସନକୁ ବିଶୋଧନ କରା ଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking