29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଭିକାରୀ ସହ ଫେରାର ହେଲେ ସ୍ତ୍ରୀ

ଭିକାରୀ ସହ ଫେରାର ହେଲେ ସ୍ତ୍ରୀ

ନୂଆଦିଲ୍ଲୀ : ଭିକ ମାଗିବା  ପାଇଁ ଆସିଥିଲେ ମହିଳା । ହେଲେ ଭିକାରୀ ଯୁବକଙ୍କ ସହ କିଛି ମାସ କଥା ହେବା ପରେ ପରିବାରକୁ ଛାଡି ପଳାଇଲେ ମହିଳା । ଏଭଳି ଘଟଣା ଘଟିଛି  ଉତ୍ତରପ୍ରଦେଶର ହରଦୋଇରେ ରାଜୁ ନିଜ ପତ୍ନୀ ରାଜେଶ୍ୱରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ। ହେଲେ ତଦନ୍ତ କରାଯିବା ପରେ ଏକ ଅଲଗା କାହାଣୀ ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ରାଜେଶ୍ବରୀ କୌଣସି ଭିକାରି ସହିତ ଫେରାର ହୋଇନାହାନ୍ତି। ବରଂ ସେ ରାଜୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡ଼ିଛନ୍ତି। ରାଜୁ ଏତଲା ଦେଇଥିବା ଜାଣି ରାଜେଶ୍ବରୀ ପୁଲିସ ଷ୍ଟେସନରେ ପହଞ୍ଚିବା ସହ ପୂରା ଘଟଣା ଜଣାଇଥିଲେ। ସେ କହିଥିଲେ ଯେ, “ସେ କୌଣସି ଭିକାରି ସହିତ ଫେରାର ହୋଇନାହାନ୍ତି। ସ୍ବାମୀ ପ୍ରତିଦିନ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବାରୁ ଅତିଷ୍ଠ ହୋଇ ସେ ଘର ଛାଡ଼ି ଫରୁକ୍କାବାଦରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସିଛନ୍ତି।” ରାଜେଶ୍ବରୀଙ୍କ ଖୁଲାସା ପରେ ଏବେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking