28.1 C
Bhubaneswar
Thursday, March 28, 2024
HomeUncategorizedଗୁରୁବାର ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ : ସି.ଇ.ସି

ଗୁରୁବାର ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ : ସି.ଇ.ସି

ଭୁବନେଶ୍ୱର : ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହା
ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ
କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ପରେ ଏହା ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ବୋଲି ସୂଚନା ଦେଇଛନ୍ତି ସି.ଇ.ସିର
ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।
ଏହାର ପ୍ରଭାବରେ ବୁଧବାର ଅପରାହ୍ନ କିମ୍ବା ରାତିରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା
ଆରମ୍ଭ ହେବାର ସମ୍ଭାବନା ରହିଛି । ସେହିପରି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ
କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି ।
ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ଗୁରୁବାର ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ
ପଡ଼ିବାର ସମ୍ଭାବନା ଥିବାବେଳେ ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ସାରା ରାଜ୍ୟରେ ଦେଖାଦେବ । ଗୁରୁବାର ଠାରୁ ସାରା
ରାଜ୍ୟରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ କିମ୍ବା ତା ତଳକୁ ଖସି ଆସିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking