28.1 C
Bhubaneswar
Thursday, May 2, 2024
Homeଅପରାଧଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ମହିଳା ଶ୍ରମିକ

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ମହିଳା ଶ୍ରମିକ

ଖପ୍ରାଖୋଲ : ଦାଦନ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲେ ମଧ୍ୟ ଦାଦନ ରୋକିବାର ନାଁ ନଉନାହିଁ ବରଂ ଏହି ସମସ୍ୟା ବଢିବା ସହିତ ଦାଦନ ଖଟିବାକୁ ଯାଇ ଶ୍ରମିକମାନେ ମୃତ୍ୟୁ ବରଣ କରି ଗାଁ’କୁ ଶବହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଗତକିଛି ଦିନ ହେଲା ବଲାଙ୍ଗିରି ଜିଲ୍ଲା ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ଗ୍ରାମରେ ଜଣେ ଦାଦନ ଶ୍ରମିକ ଖଟିବାକୁ ଯାଇ ଶବହୋଇ ଫେରିବାର କରୁଣ କାହାଣି ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ମର୍ମସ୍ପର୍ଶୀ ଘଟଣା ଲୋକଲୋଚନକୁ ଆସିଥିବା ଦେଖିବାକୁମିଳିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମାଟିଆଭଟା ପଂଚାୟତର ପୁତୁଲାମହୁଲ ଗ୍ରାମର ସନ୍ତୋଷିନୀ ସାହୁ ନାମ୍ନି ଜଣେ ବିବାହିତା ମହିଳା ତାଙ୍କ ପରିବାର ସହିତ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଛି ।
ସୂଚନା ଅନୁଯାୟୀ, ପୁତୁଲା ମହୁଲ ଗ୍ରାମର ଅଲେଖ ସାହୁ(୬୦) ସହିତ ତାଙ୍କର ତିନିଝିଅ ସନ୍ତୋଷିନୀ ସାହୁ(୨୫), ଜପସ୍ୱିନୀ ସାହୁ(୨୦), ତପସ୍ୱିନୀ ସାହୁ(୧୮), ପୁଅ ବସୁଦେବ ସାହୁ (୧୬) ଏବଂ ସନ୍ତୋଷିନୀର ପାଂଚବର୍ଷର ଝିଅ ବବଲି ସହ ପରିବାରର ୬ ଜଣ ସଦସ୍ୟ ମାସକ ପୂର୍ବେ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଛଅ ମାସ କାମ କରିବା ପାଇଁ ଚୁକ୍ତିବଦ୍ଧ ହେବା ସହିତ ପାରିଶ୍ରମିକ ବାବଦରେ କଂଟାବାଞ୍ଜିର ଦାଦନ ସର୍ଦ୍ଦାର ପପୁ ଖିଁଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ । ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲା ତୁକୁଗୁଡା ଥାନା ଅନ୍ତର୍ଗତ ରାବିରାଲା ଗ୍ରାମରେ ଥିବା ବାଲାରେଡିଙ୍କ ଇଟାଭାଟିରେ ସେମାନେ କାମ କରୁଥିବା ଜାଣିବାକୁ ମିଳିଛି ।
ଗତ କିଛି ଦିନ ଧରି ସନ୍ତୋଷିନୀ ଅସୁସ୍ଥ ରହିବାରୁ ଇଟାଭାଟି ମାଳିକ ତାଙ୍କୁ ଘରକୁ ଯାଇ ସୁସ୍ଥ ହୋଇ ଫେରିଆସିବା କୁ ପରାମର୍ଶ ଦେଇଥିଲେ । ବାପା ଅଲେଖ, ଝିଅ ବବଲି, ଭାଇ ବସୁଦେବଙ୍କ ସହିତ ସନ୍ତୋଷିନୀ ଟ୍ରେନରେ ଫେରୁଥିବା ବେଳେ ବିଶାଖାପାଟଣା ଷ୍ଟେସନରେ ଗୁରୁତର ହୋଇ ପଡିବା ସହିତ ତାଙ୍କର ଗତ ୧୨ ତାରିଖରେ ମୃତ୍ୟୁ ଘଟିଅଛି । ଜିଆରପି ପୋଲିସର ସହଯୋଗରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଆଜି ପୁତୁଲାମହୁଲ ଗ୍ରାମରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଆମ୍ବୁଲାନସ ଭଡା ବାବଦରେ ପରିବାର ଲୋକ ୧୪ ହଜାର ଟଙ୍କା ଭଡା ଦେଇଥିଲେ । ଖବର ପାଇ ଖପ୍ରାଖୋଲ ବିଡିଓ ତରଣୀ ସୁନା ଖପ୍ରାଖୋଲ ବ୍ଲକ ଗ୍ରାମିଣ ଶ୍ରମ ନିରୀକ୍ଷକ ସୁଧିର କୁମାର ସାହୁଙ୍କୁ ତଦନ୍ତ ପାଇଁ ପଠାଇଥିଲେ । ଖପ୍ରାଖୋଲ ଥାନା ଏସଆଇ ପଂଚାନନ ନେଗୀ, ଏଏସଆଇ ସେୱାନ କେରକେଟା, ଶ୍ରମ ଅଧିକାର କର୍ମୀ ରଘୁନାଥ ରଣା ପ୍ରମୁଖ ଗ୍ରାମରେ ପୁତୁଲାମହୁଲ ଗ୍ରାମରେ ପହଂଚିଥିଲେ । ମୃତ ଶ୍ରମିକଙ୍କ ଲେବର କାର୍ଡ ନଥିବା ସହିତ ସେ ତାଙ୍କ ନାମ ପିଞ୍ôଜକରଣ କରିନଥିବା ତଦନ୍ତ ବେଳେ ଜାଣିବାକୁ ମିଳିଛି । ତାଙ୍କ ମାଆ ଅନୁରା ସାହୁଙ୍କର ଲେବର କାର୍ଡ ରହିଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ସରପଂଚ ନରସିଂହ ସାହୁ ଶବସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ସନ୍ତୋଷିନୀଙ୍କ ଦୁଇ ଭଉଣୀ ଜପ ସାହୁ ଏବଂ ତପସ୍ୱିନୀ ସାହୁ ତେଲେଙ୍ଗାନାରେ ରହିଯାଇଥିବାରୁ ସେମାନଙ୍କୁ ଫେରାଇ ଆଣିବାକୁ ଦାବୀ ହୋଇଛି । ସନ୍ତୋଷିନୀ ପାଟଣାଗଡ ବ୍ଲକର ଦେଉଳଗାଁ’ରେ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ଅକ୍ଷୟ ସାହୁ ତାଙ୍କଠାରୁ ସମ୍ପର୍କ ଛିନ୍ନ କରି ଦୂରରେ ରହୁଥିବାରୁ ଏହି ପରିବାରର ଲୋକ ଅସହାୟ ହୋଇପଡିଛନ୍ତି । ଏ ନେଇ ବ୍ଲକ ଶ୍ରମ ଅଧିକାରୀ ସୁଧିର କୁମାର ସାହୁଙ୍କୁ ପଚାରିବାରୁ ସେମାନେ ଦାଦନ ଖଟି ଯିବା ପୂର୍ବରୁ ନାମ ପଞ୍ôଜକରଣ କରିନଥିଲେ । ଆମେ ତେଲେଙ୍ଗାନାରେ ରହିଯାଇଥିବା ଦୁଇ ଝିଅଙ୍କୁ ଫେରାଇଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚେଷ୍ଟା କରିବୁ ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking