28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନିର୍ଭୟା ଗଣଦୁଷ୍କର୍ମ ମାମଲା : କ୍ୟୁରେଟିଭ ପିଟିସନ ଖାରଜ

ନିର୍ଭୟା ଗଣଦୁଷ୍କର୍ମ ମାମଲା : କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୨ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମ କୋର୍ଟ । ବିନୟ ଓ ମୁକେଶଙ୍କ ପକ୍ଷରୁ ଦାୟର କ୍ୟୁରେଟିଭ ପିଟିସନ ଖାରଜ କରାଯିବା ପରେ ଦୋଷୀଙ୍କ ଫାଶି ପକ୍କା ହେଲା । ଆସନ୍ତା ୨୨ତାରିଖ ସକାଳ ୭ଟାରେ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଛି ।
ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆସନ୍ତା ୨୨ରେ ଫାଶୀଦଣ୍ଡ ପାଇବାକୁ ଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ୍ ପିଟିସନ୍ (ଆଇନଗତ ପ୍ରତିକାରମୂଳକ ଆବେଦନ)ର ଶୁଣାଣି ଶେଷ ହୋଇଛି । ଜଷ୍ଟିସ୍ ଏନଭି ରମାନା, ଅରୁଣ ମିଶ୍ର, ଆରଏଫ୍ ନରିମାନ, ଆର୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଏହି ଗଣଦୁଷ୍କର୍ମ ମାମଲାରେ ଫାଶୀଦଣ୍ଡ ପାଇବାକୁ ଥିବା ଅନ୍ୟ ୨ ଜଣ ଦୋଷୀ ହେଲେ ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତା । ସେମାନେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିନଥିଲେ ।
ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଏହା ହେଉଛି ଦୋଷୀଙ୍କ ନିମନ୍ତେ ଶେଷ ସୁଯୋଗ । ଗତ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏହି ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ପରୱାନା (ଡେଥ୍ ୱାରେଣ୍ଟ୍) ଜାରି କରି ଜାନୁଆରୀ ୨୨ ସକାଳ ୭ଟାରେ ତିହାର ଜେଲ୍ ପରିସରରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଦୋଷୀମାନଙ୍କୁ କ୍ୟୁରେଟିଭ୍ ପିଟିସନ୍ ଦାଖଲ ପାଇଁ ୨ ସପ୍ତାହ ସମୟ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking