30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆମ ସାହିତ୍ୟ ପରିବାରର ବୈଠକ ଓ ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ

ଆମ ସାହିତ୍ୟ ପରିବାରର ବୈଠକ ଓ ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ

ବ୍ୟାସନଗର,ତା-୨୧.୧୧.୨୦୨୦ଆଜି ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆମ ସାହିତ୍ୟ ପରିବାର, ବ୍ୟାସନଗର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଯୋଗୁ ଦୀର୍ଘ ଆଠ ମାସ ପରେ ଏହି ବୈଠକଟି ଆୟୋଜନ କରା ଯାଇଥିବାରୁ ସଦସ୍ୟମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ପଣ୍ଡିତ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସର୍ବପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରାଯାଇ ପରିବାରର ଆଗାମୀ ବାର୍ଷିକ ଉତ୍ସବ ପାଖେଇ ଆସୁ ଥିବାରୁ ଅନୁଷ୍ଠାନର ସବୁ ସଦସ୍ୟ,ସଦସ୍ୟା ମାନଙ୍କର ମତାମତ ଲୋଡା ଯାଇଥିଲା । ସମସ୍ତେ ଆଗାମୀ ଉତ୍ସବ ପାଇଁ ସେମାନଙ୍କର ସକାରାତ୍ମକ ମନ୍ତବ୍ୟ ପ୍ରଦାନ ସହ ବାର୍ଷିକ ମୁଖପତ୍ର ଉଦ୍ଭବ ର ପ୍ରକାଶନ ପାଇଁ ସଦସ୍ୟ ତଥା ଅତିଥି କବିମାନଙ୍କ ଠାରୁ ଲେଖା ଆହ୍ୱାନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନରେ ଖାଲି ପଡିଥିବା କାର୍ଯ୍ୟକାରି ସଭାପତି ପଦବୀ ପାଇଁ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ଘଡେଇଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରା ଯାଇଥିଲା । ପରେ ପରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଅନୁଷ୍ଠାନର ସଦସ୍ୟା ଅଧ୍ୟାପିକା ମାଙ୍ଗଳିକା ଦାସଙ୍କର ଦୁଇ ଗୋଟି କବିତା ପୁସ୍ତକ ‘ରାଧା’ ଓ ‘ଅସ୍ତରାଗର ଆଲେଖ୍ୟ’ ସାହିତ୍ୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଗହଣରେ ଉପଦେଷ୍ଟା ଶ୍ରୀ ଦାଶଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆଜିର ଏହି ବୈଠକ ଓ ପୁସ୍ତକ ଉନ୍ମୋଚନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅଲେଖ ପ୍ରସାଦ ମହାରଣା ,ସମ୍ପାଦକ ସରୋଜ କୁମାର ଶତପଥୀ,କାଯ୍ୟକାରୀ ସଭାପତି ସନ୍ଧ୍ୟାରାଣୀ ଘଡେଇ,ସଙ୍ଗଠନ ସମ୍ପାଦକ
ସୁଜିତ କୁମାର ମଲ୍ଲିକ,ମାଙ୍ଗଳିକା ଦାସ,ରୀନା ମହାପାତ୍ର,ଅଶାନ୍ତି ସାମଲ,ମହେଶ୍ୱର ନାୟକ,ପ୍ରସନ୍ନ ପରିଜା,ଆଶିଷ ବଳ,ଜ୍ଞାନରଞ୍ଜନ ଓଝା ଏବଂ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ । କୋଭିଡ୍ ୧୯ ନିୟମ ଅନୁପାଳନ ପୂର୍ବକ ଏହି ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ବେଳେ ପ୍ରସାଦ ସେବନର ବନ୍ଦୋବସ୍ତ କରା ଯାଇଥିଲା । ପରିଶେଷରେ ଅଶାନ୍ତି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking