28.1 C
Bhubaneswar
Friday, April 26, 2024
Homeଓଡିଶାଚଳନ୍ତା ଗାଡ଼ିରେ ନିଆଁ, ଅଳ୍ପକେ ବର୍ତିଲେ ଡ୍ରାଇଭର

ଚଳନ୍ତା ଗାଡ଼ିରେ ନିଆଁ, ଅଳ୍ପକେ ବର୍ତିଲେ ଡ୍ରାଇଭର

ମୟୂରଭଞ୍ଜ : ଚଳନ୍ତା ନୋଡା ବୋଝେଇ ପିକୋପରେ ନିଆଁ । କାରଣ ଜଣାପଡି ନ ଥିବା ବେଳେ ଘଟଣାଟି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ ଘଟିଛି। ଏକ JH 05 AY 2993 ନମ୍ବର ନୋଡା ବୋଝେଇ କରି ଯାଉଥିବା ପିକଅପରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ତେବେ ଯାଉଥିବା ରାସ୍ତା ପାର୍ଶ୍ଵରେ କିଛି ନୋଡାଛପର ଘର ଥିବାରୁ ପିକଅପ ଡ୍ରାଇଭର ସାହାସିକତାର କିଛି ଦୂରକୁ ନେଇ ରାସ୍ତା କଡ଼କୁ ଗାଡିଟିକୁ ପାଲଟି କରି ଦେଇଥିଲେ। ପିକଅପଟି ନୋଡା ନେଇ ଶୀର୍ଷାକୁ ଆସୁଥିବା ବେଳେ ବଙ୍ଗଳା ଛକ ନିକଟରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର ଓ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ସାରସକଣାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହୁତହୁତ ହୋଇ ଜଳୁଥିବା ପିକଅପକର ନିଆଁକୁ ଆୟତ୍ତକୁ ନେଇଥିଲେ ମଧ୍ୟ ନିଆଁରେ ନୋଡା ସମେତ ପିକଅପର ଅଧିକାଂଶ ଭାଗ ଜଳିଯାଇଥିବା ଦେଖିବାକୁ ମିଳିଛି । ତେବେ ନିଆଁ ଲାଗିବାର କାରଣ ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking