27.4 C
Bhubaneswar
Monday, July 21, 2025
Homeଓଡିଶାକରୋନା ସ୍ଥିତିର ମୁକାବିଲାକୁ ନେଇ କିଏ ତତ୍ପର ତୋ କିଏ କରୁଛି ଶୋଷଣ

କରୋନା ସ୍ଥିତିର ମୁକାବିଲାକୁ ନେଇ କିଏ ତତ୍ପର ତୋ କିଏ କରୁଛି ଶୋଷଣ

ମୟୂରଭଞ୍ଜ (ଘାସିରାମ ବେହେରା) :  ବିଶ୍ୱବାସୀଙ୍କ ପାଇଁ କରୋନା ଭାଇରସ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରି ପାଲଟିଛି ଆତଙ୍କ। ଦିନକୁଦିନ ବିଶ୍ୱ ସ୍ତରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାର ସମ୍ମିଳିତ ମୁକାବିଲା କରିବାକୁ ସରକାର ଆହ୍ୱାନ ଦେବା ସହିତ ବିଭିନ୍ନ ସଚେତନତାମୁଳକ ବାର୍ତ୍ତା ପ୍ରଚାର ଓ ପ୍ରସାର କରି ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ଯାହା ଲୋକଙ୍କୁ ସଂକ୍ରମଣରୁ ଅନେକାଂଶରେ ଉପାଦେୟ ସାବ୍ୟସ୍ତ ହେବ। ଏପରିକି ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଜାତୀୟ ବିପତ୍ତି ଘୋଷଣା କରିଛନ୍ତି। ଫଳରେ କରୋନାକୁ ନେଇ ସାଧାରଣ ଲୋକଙ୍କୁ ଭୟଭୀତ କରି କେହି ଫାଇଦା ନେବାକୁ ଉଦ୍ୟମ କଲେ ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେବା ନିଶ୍ଚିତ। ଏହା ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଜାତଳା ସିଏଚସିରେ କାର୍ଯ୍ୟରତ ଜନୈକ ଡାକ୍ତର ଗାଁରେ ବୁଲି ହୋମିଓପ୍ୟାଥିକ ଔଷଧ ବିକ୍ରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କଥା କହି ଶିଶିପ୍ରତି  ୪୦ଟଙ୍କା ହିସାବରେ ବିକ୍ରି କରିଥିବା ଅଭିଯୋଗରୁ ଜଣାପଡିଛି। ପ୍ରଶ୍ନ ଉଠୁଛି ଜଣେ ଦାୟିତ୍ବସଂପନ୍ନ ସରକାରୀ ଡାକ୍ତର ଭାବେ ଦାୟିତ୍ବନିର୍ବାହ କରୁଥିଲେ ମଧ୍ୟ ମହାମାରୀ ସାଜିଥିବା କରୋନା ନାମରେ ଫାଇଦା ଉଠାଇ ବ୍ୟବସାୟ କରିବାକୁ ପାଦକାଢ଼ିଲେ ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।  ଅନ୍ୟପଟେ ଗଣମାଧ୍ୟମର ସମ୍ମୁଖୀନ ହୋଇ  ଭୂଲ କରିଥିବା ସ୍ୱୀକାର କରିଥିବା ବେଳେ ଆଗକୁ ସ୍ୱାସ୍ଥ୍ୟ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକିରହିଲା।

ଅନ୍ୟପଟେ ସାଙ୍ଘାତିକ ରୂପ ନେଉଥିବା କରୋନାକୁ ମୁକାବିଲା କରିବାକୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ଜିଲ୍ଲା ସାରସକଣାର ଜୟଦୁର୍ଗା ଯୁବକ ସଂଘ ଏବଂ ସୀମାନ୍ତ ଯୁବସମିତି। ଆଜି କରୋନା ଭୁତାଣୁର ପ୍ରତିଷେଧକ ଆରସେନିକ 30 ନାମକ  ହୋମିଓପ୍ୟାଥିକ ଔଷଧ 1000ରୁ ଉର୍ଦ୍ଧ୍ବ ପରିବାରକୁ ବିତରଣ କରାଯାଇଥିବା ଜଣାଯାଇଛି। ତେବେ ଯୁବ ସମିତିର ସଦସ୍ୟ ତଥା ଚିକିତ୍ସକ ଡାକ୍ତର ସରୋଜ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ଓ ପରିଚାଳିତ ହୋଇଥିଲା। ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପରମେଶ୍ବର ବେହେରା, ଅଧ୍ୟାପକ ତଥା ଯୁବସମିତିର ସଭାପତି ଅଶୋକ କୁମାର ପୃଷ୍ଟି, ଡାକ୍ତର ସରୋଜ ନାୟକ, ମଳୟ କୁମାର ନାୟକ,ତପନ କୁମାର ଦଣ୍ଡପାଟ, ରବୀନ୍ଦ୍ରନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଫିତାକାଟି ଉଦ୍ଘାଟନ କରିଥିଲେ। ବ୍ଲକ ତଥା ବାହାରୁ 1000ରୁ ଉର୍ଦ୍ଧ୍ବ ପରିବାର ପାଇଁ  କରନା ଭୁତାଣୁ ପ୍ରତିଷେଧକ ଔଷଧ ବିନମୂଲ୍ୟରେ ବିତରଣ କରିଥିବା ଦେଖିବାକୁ ମିଳିଥିଲା। ଏହି ଶିବିରରେ ଲୋକଙ୍କ ଉପସ୍ଥିତି କରୋନା ଭୁତାଣୁକୁ ନେଇ ସଚେତନ ରହିଥିବା ବେଳେ କିପରି ଆତଙ୍କିତ ହୋଇପଡିଛନ୍ତି ସୁଚାଉ ଥିଲା। ଡାକ୍ତର ସରୋଜ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବଗୋଷ୍ଠୀ କରିଥିବା ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking