26.1 C
Bhubaneswar
Friday, March 29, 2024
Homeଓଡିଶାବଲାଙ୍ଗିର ରେ କରୋନା ସନ୍ଦିଗ୍ଧ: ପ୍ରାଥମିକ ଯାଂଚରେ କୌଣସି ଲକ୍ଷଣ ନାହିଁ

ବଲାଙ୍ଗିର ରେ କରୋନା ସନ୍ଦିଗ୍ଧ: ପ୍ରାଥମିକ ଯାଂଚରେ କୌଣସି ଲକ୍ଷଣ ନାହିଁ

ବଲାଙ୍ଗିର :    ଆଜି ସନ୍ଧ୍ୟାରେ ସ୍ଥାନୀୟ ଜଣେ ଯୁବକକୁ  କରୋନା ସନ୍ଦେହରେ ଭୀମ ଭୋଇ ହସ୍ପିଟାଲ ନିଆଯାଇ ପରୀକ୍ଷା ନିରୀକ୍ଷା କରାଯାଇଛି । ପ୍ରାଥମିକ ପରୀକ୍ଷାରେ କରୋନା ଜନିତ କୌଣସି ଲକ୍ଷଣ ମିଳି ନଥିବା ବେଳେ, ଯୁବକଙ୍କୁ ତାଙ୍କ ଘରେ ଏକାନ୍ତ ବାସ ପାଇଁ ଉପଦେଶ ଦେଇ ଛାଡ଼ି ଦେଇଥିବା ସୂଚନା ମିଳିଛି । ତେବେ ସୂଚନା ମୁତାବକ ,  ଯୁବକ ଜଣକ ଇଂଲଣ୍ଡରେ ପାଠ ପଢ଼ନ୍ତି । କିଛି ଦିନ ତଳେ  ସେ କୌଣସି କାରଣରୁ ଘରକୁ ଫେରିଥିଲେ । ତେବେ ଆଜି ସନ୍ଧ୍ୟାରେ ହଠାତ ତାଙ୍କୁ ଭୀମ ଭୋଇ ହସ୍ପିଟାଲକୁ ପରୀକ୍ଷା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ପରୀକ୍ଷା ଓ ଲକ୍ଷଣ ଯାଞ୍ଚ କରିବା ପରେ ତାଙ୍କ ପାଖରେ କରୋନା ର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା । ପରେ ତାଙ୍କୁ ହସପିଟାଲରୁ ଛାଡ଼ି ଦିଆଯିବା ସହ ସତର୍କତା ମୂଳକ ନିଜ ଘରେ ଆସନ୍ତା ୭ ଦିନ ପାଇଁ ଏକାନ୍ତ ବାସ କରିବା ପାଇଁ  ଉପଦେଶ ଦିଆଯାଇଥିଲା । ତେବେ ପଚରାଯିବାରୁ, ଉକ୍ତ ବ୍ୟକ୍ତି ଜଣକ ପାଖରେ କରୋନା ଜନିତ କୌଣସି ଲକ୍ଷଣ ନାହିଁ ତେଣୁ ସ୍ଥାନୀୟ ବ।ସିନ୍ଦାଙ୍କୁ ଭୟଭୀତ ହେବାର କୌଣସି ଆଵଶ୍ୟକତା ନାହିଁ । ସରକାର କରୋନା ସଂକ୍ରମନକୁ ରୋକିବା ପାଇଁ  ସମସ୍ତ ସମ୍ଭବ ପ୍ରଚେଷ୍ଟା କରୁଛନ୍ତି । କରୋନା ପ୍ରତି ସଚେତନ ରହିବା ସହ  ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଦ୍ୱାରା ଆମେ କରୋନା ମହାମାରୀ ର ମୁକାବିଲା କରିପାରିବ ବୋଲି  ହସ୍ପିଟାଲ ତରଫରୁ କୁହାଯାଇଛି । ତେବେ ONA ନିଜର ସାମାଜିକ ଦାଇତ୍ୱ କୁ ହୃଦୟଙ୍ଗମ କରି ସନ୍ଦିଗ୍ଧ ଯୁବକଙ୍କ ନାମ ଓ ଠିକଣା ଗୋପନ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking