ଅସୁସ୍ଥ ହାତୀର ମୃତ୍ୟୁ

ଖୋର୍ଦ୍ଧା : ୨ ରୁ ଅଧୀକ ଦିନ ବଂଚିବା ପାଇଁ  ଲଢେଇ କରି  ହାତୀର ଜୀବନ ଚାଲି ଯାଇଛି । ଗତ ୧୮ ତାରିଖରୁ  ଅସୁସ୍ଥ ହୋଇ ଏକ ମାଈହାତୀ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜ ଅନ୍ତର୍ଗତ ରାମେଶ୍ୱର ମଲାଗୁଣୀ ନଦୀ ପଠାରେ  ପଡି ରହିଥିଲା । ଖବର ପାଇ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଂଚିବା ସହ ଟାଙ୍ଗୀ ପ୍ରାଣୀ ଚିକିସ୍ଚାଟିମ ର ଏକ ଦଳ ପହଂଚି ହାତୀର ପ୍ରାଥମିକ ଚିକିସ୍ଚା କରିଥିଲା । ସେଥିରେ ହାତୀଟିର ସ୍ୱାସ୍ଥ୍ୟ ଅବସ୍ଥାରେ କୋୖଣସି ପରିବର୍ତ୍ତନ ହୋଇନଥିଲା । ଫଳରେ ବାଧ୍ୟ୍ୟ ହୋଇ ବନ ବିଭାଗ ଟାଙ୍ଗୀ ଅଗ୍ନୀଶମ ବାହୀନୀର ସହାୟତା ନେଇ ହାତୀ ଉପରେ  ପାଣି ର ଫୁଆରା ପକାଇ ଥିଲେ । ଦୀର୍ଘ ‍୧୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ହାତୀ ଟି ଉଠି ଛିଡା ହେବା ସହ କିଛି ଖାଦ୍ୟ ଗ୍ରହଣ କରିଥିଲା । ମାତ୍ର ଗତକାଲି ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ହୋଇଛି । କେଉଁ କାରଣରୁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁ ବରଣ କଲା ତାହା ବ୍ୟବଛେଦ ପରେ ଜଣାପଡିବ ବନବିଭାଗ ସୂତ୍ରରୁ ଜଣାଯାଇଛି ।