26.1 C
Bhubaneswar
Friday, March 29, 2024
Homeଓଡିଶାକାଲିଠାରୁ ଭୁବନେଶ୍ୱରରେ ଅଡ- ଇଭିନ ଗାଡି ଚଳାଚଳ ଉପରେ କଟାକଣା

କାଲିଠାରୁ ଭୁବନେଶ୍ୱରରେ ଅଡ- ଇଭିନ ଗାଡି ଚଳାଚଳ ଉପରେ କଟାକଣା

ଭୁବନେଶ୍ୱରରେ : କରୋନା ପାଇଁ ଭୁବନେଶ୍ୱରରେ ଗାଡି ଚଳାଚଳ ଉପରେ କଟାକଣା ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଡ-ଇଭିନ କଟକଣା ଲାଗୁ କରାଯିବ । ବସ୍‌, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଅଡ ଦିନରେ ଅଡ ନମ୍ବର , ଇଭିନ ଦିନରେ ଇଭିନ ନମ୍ବର ଗାଡି ଚାଲିବ । ଉଦାହରଣ କାଲି ୨୧ ତାରିଖରେ ସବୁ ଅଡ ନମ୍ବର ଗାଡି ଚାଲିବ । ଯଥା :-୨୧୩୫ ,୧୩୫୩,୩୭୨୧ ଆଦି ଅଡନମ୍ବର ଗାଡି କାଲି ଚାଲିବ । ୨୨ରେ ସବୁ ଇଭିନ ନମ୍ବର ପବ୍ଲିକ ଟ୍ରାନ୍ସପୋର୍ଟ ଗାଡି ଚାଲିବ । ଯଥା :-୨୨୧୨, ୨୦୪୦,୧୪୨୬ ଆଦି ଇଭିନ ନମ୍ବର ଗାଡି ଚାଲିବ । ଘରୋଇ, ହସ୍ପିଟାଲ, ଜରୁରୀ ସେବା ଗାଡି ଉପରେ କଟକଣା ନାହିଁ । ସେହିପରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୋକାନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଗ୍ରୋସରୀ,ପରିବା, ମାଛ , ମାଂସ, ଅଣ୍ଡା ଦୋକାନ ଖୋଲା ରହିବ । ଗହଣା, ଇଲେକ୍ଟ୍ରୋନିକ, ଫର୍ଣ୍ଣିଚର ଦୋକାନ, ସବୁ ଗାଡି ଓ ସାଇକେଲ ସୋରୁମ, ସ୍ପୋର୍ଟସ ଦୋକାନ, ଜୋତା ଓ ବ୍ୟାଗ ସୋରୁମ, ମାର୍ବଲ- ଟାଇଲ ଦୋକାନ, ଘଣ୍ଟା ସୋରୁମ, ରଙ୍ଗ ଦୋକାନ, ବହି ଓ ମାଗାଜିନ ଦୋକାନ ବନ୍ଦ ରହିବ ।
https://onakhabar.com/2020/03/20/lockdown-in-4-cities-for-corona/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking