38.8 C
Bhubaneswar
Thursday, April 23, 2026
Homeଓଡିଶାକଳାହାଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କଳାହାଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କଳାହାଣ୍ଡି: ନିଆଁ ଲାଗି ଜଳିଗଲା ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ଞ୍ଚାୟତ ସୁନା ମାଳ ଗ୍ରାମର ଟଙ୍କଧର ଦୁର୍ଗାଙ୍କ ଘର ନିଆଁ ଲାଗି ଜଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟଙ୍କଧର ଦୁର୍ଗାଙ୍କ ୮ ଜଣ ସଦସ୍ୟ ପରିବାର ନିଜ ଚାଷ ଜମିରେ ରୁହନ୍ତି । ଏବେ ଏକ ନୂତନ ଘର ତିଆରି କରୁଥିବା ବେଳେ ଏକ ଚାଳ ଛପର ଘରରେ ସେମାନେ ଏଠାରେ ରହୁଥିଲେ । ବୁଧବାର ଏକ ବିବାହ କାର୍ଯ୍ୟରେ ଯାଇଥିବା ବେଳେ କେହି ଜଣେ ବିଲରେ ନିଆଁ ଲଗାଇ ଦେଇଥିଲେ । ସେହି ନିଆଁରେ ଟଙ୍କଧରଙ୍କ ଘର ଜଳିଯାଇଛି । ଆଉ ଏହି ନିଆଁରେ ଘର ଭିତରେ ଥିବା ସବୁ ଜିନିଷ ଜଳିଯାଇଛି । କୋକସରା ଅଗ୍ନିଶମ ବିଭାଗର ଦମକଳ ବାହିନୀ ଆସି ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ହେଁ ଘର ଭିତରେ ଥିବା ସାମଗ୍ରୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking