38.8 C
Bhubaneswar
Thursday, April 23, 2026
Homeଓଡିଶାଜନଗଣନା କର୍ମଚାରୀଙ୍କୁ ମାଡ଼: ୨ ଗିରଫ

ଜନଗଣନା କର୍ମଚାରୀଙ୍କୁ ମାଡ଼: ୨ ଗିରଫ

କାମାଖ୍ୟାନଗର: ସହରର ଆନନ୍ତପୁର ବସ୍ତିରେ ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜନଗଣନା କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବାପା ଓ ପୁଅକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଦ୍ବୟ ମହିଳା କର୍ମଚାରୀଙ୍କ ସ୍କୁଟି ଭାଙ୍ଗି ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରକାଶ ଯେ, ଏନଏସି କାର୍ଯ୍ୟାଳୟର ରଘୁନାଥ ଦୀକ୍ଷିତଙ୍କ ନେତୃତ୍ୱରେ ୪ ଜଣ କର୍ମଚାରୀ ବୁଧବାର ଆନନ୍ତପୁର ବସ୍ତିରେ ଜନଗଣନା କରିବାକୁ ଯାଇଥିଲେ। ବସ୍ତିର ନିକୁଞ୍ଜ ବିହାରୀ ଶତପଥୀଙ୍କ ଘରକୁ ଜନଗଣନା କରିବାକୁ ଯାଇଥିବା ବେଳେ ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପୁଅ ୪ଜଣ କର୍ମଚାରୀଙ୍କୁ ମାଡ ମାରିଥିଲେ। ଖବରପାଇ ଉପଜିଲାପାଳ ଦିନମଣି ନାୟକ, ତହସିଲଦାର ଶୁଭଙ୍କର ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking