33.1 C
Bhubaneswar
Friday, April 26, 2024
Homeଅପରାଧଯୁବତୀଙ୍କୁ ବିବାହ ଧମକ ଦେଇ ଜଣେ ଗିରଫ

ଯୁବତୀଙ୍କୁ ବିବାହ ଧମକ ଦେଇ ଜଣେ ଗିରଫ

ଦେବଗଡ଼ : ଜଣେ ଯୁବତୀଙ୍କୁ ବିବାହ ପାଇଁ ରାଜି ନହେଲେ ପରିବାର ସଦସ୍ୟଙ୍କୁ ହତ୍ୟା ଧମକଦେଇ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ମୋରୀ ବାହାଲ ଗ୍ରାମର ଜଣେ ୨୫ ବର୍ଷୀୟ ଯୁବତୀ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟରେ ଏକ ସରକାରୀ ଅନୁଷ୍ଠାନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ରଙ୍ଗମାଟିଆ ଗ୍ରାମର ଅନାମୁ ନାଏକଙ୍କ ପୁଅ ସୁରେନ୍ଦ୍ର ନାଏକ (୪୨) ଉକ୍ତ ଯୁବତୀଙ୍କ ସହ ଏକାଧିକବାର ଦେଖାହେବାପରେ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ଉକ୍ତ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ବିଷୟରେ ଅନୁସନ୍ଧାନ ପାଇଁ ନିଜ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଅନୁସନ୍ଧାନ ସମୟରେ ସୁରେନ୍ଦ୍ର ପୂର୍ବରୁ ୨ ଥର ବିବାହ କରିଥିବା ଓ ତାଙ୍କର ୨ଟି ସନ୍ତାନ ଥିବା ଜାଣିବାକୁ ପାଇଥିଲେ । ସେହିପରି ଯୁବକ ଜଣକ କୌଣସି କାମ ଧନ୍ଦା କରୁନଥିବା ଜଣାପଡ଼ିଥିଲା । ଏହି ଘଟଣା ଯୁବତୀ ଜଣକ ଜାଣିବାକୁ ପାଇଲା ପରେ ସମ୍ପୃକ୍ତ ଯୁବକ ସୁରେନ୍ଦ୍ରକୁ ବିବାହପାଇଁ ରୋକଠୋକ୍ ମନା କରିଥିଲା । ତେବେ ସୁରେନ୍ଦ୍ର ଉକ୍ତ ଯୁବତୀ ଜଣକ ଚାକିରି କରୁଥିବା ଅନୁଷ୍ଠାନକୁ ଯାଇ ବିବାହପାଇଁ ଜିଦ୍ କରିବାସହ ରାଜି ନହେଲେ ଉକ୍ତ ଯୁବତୀର ଭାଇ ଓ ପରିବାର ଲୋକଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲା । ଫଳରେ ଯୁବତୀ ଜଣକ ଏ ନେଇ ଆଜି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାପରେ ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking