27.1 C
Bhubaneswar
Thursday, April 25, 2024
Homeଓଡିଶାକୋମାରେ ଥିବା ପୁଅର ଚିକିତ୍ସା ପାଇଁ ପ୍ରଶାସନର ଦ୍ୱାରସ୍ଥ

କୋମାରେ ଥିବା ପୁଅର ଚିକିତ୍ସା ପାଇଁ ପ୍ରଶାସନର ଦ୍ୱାରସ୍ଥ

ବରଗଡ : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧରେ ରହୁଥିବା ଜିତେସିଂ ସୁନା ଓ ଉପାସୀଙ୍କ ଏକମାତ୍ର ପୁଅ ସାମୁଏଲ ଏକ ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ଦୁଇମାସ ହେଲା ରାଜ୍ୟ ବାହାରର ଏକ ଡ଼ାକ୍ତରଖାନାରେ କୋମାରେ ପଡ଼ିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଡ଼ାକ୍ତର ମାସକୁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହୁଥିବାରୁ ସରକାରୀ ଆର୍ଥିକ ସହଯୋଗ ପାଇଁ ସାମୁଏଲଙ୍କ ପିତାମାତା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସାମୁଏଲ ଗତ ଚାରିବର୍ଷ ହେବ ଛତିଶଗଡ଼ ରାଜ୍ୟ ମୁଙ୍ଗେଲି ଜିଲ୍ଲା ଲୋର୍ମୀର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଗତ ୨୦୧୯ ନଭେମ୍ବର ୨୩ ତାରିଖରେ ସ୍କୁଲରୁ ଫେରିବା ସମୟରେ ଟ୍ରକ୍ ଧକ୍କାରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯିବାସହ ଅବସ୍ଥା ଗୁରୁତରହେବାରୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାସହ ସେ ବର୍ତ୍ତମାନ କୋମାରେ ରହିଛନ୍ତି । ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ଅଧିକ ହୋଇଥିବାରୁ ସାମୁଏଲଙ୍କ ପିତାମାତା ନିଜର ପୁଅର ଜୀବନରକ୍ଷା ପାଇଁ ସମସ୍ତ ଟଙ୍କା ଖର୍ଚ୍ଚ କରି ଏବେ ନିଶ୍ୱ ହୋଇଯାଇଛନ୍ତି । ଯାହାକୁ ନେଇ ପିତାମାତା ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ଠାରୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ସାମୁଏଲ ବର୍ତ୍ତମାନ କୋମା ଅବସ୍ଥାରେ ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲାଗିପାରେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
ତାଙ୍କ ପରିବାର ଅତ୍ୟନ୍ତ ଗରୀବ ଓ ଭୂମିହୀନ ହୋଇଥିବା ଯୋଗୁଁ ତାଙ୍କର ସମସ୍ତ ଜମିବାଡ଼ି ସୁନାରୂପା ବିକ୍ରି କରି ଏପର୍ଯ୍ୟନ୍ତ ୫ଲକ୍ଷ ଟଙ୍କା ଡାକ୍ତରଖାନାରେ ଦେଇଛନ୍ତି । ଏଥିପାଇଁ ରେଡ଼କ୍ରସ ପକ୍ଷରୁ ବରଗଡ଼ ଜିଲ୍ଲା ପ୍ରଶାସନ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଗକୁ ଆହୁରି ବହୁତ ଟଙ୍କା ଆବଶ୍ୟକ ହେଉଥିବାରୁ ଆର୍ଥକ ସହଯୋଗ ଯୋଗାଇ ଦେବାକୁ ସାମୁଏଲଙ୍କ ମା\’ବାପା ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପୁଅର ଚିକିତ୍ସା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking