ମାର୍କ ଜୁକରବର୍ଗଙ୍କୁ ନାପସନ୍ଦ କରିବାକୁ ଲାଗିଲେଣି ଫେସବୁକ କର୍ମଚାରୀ

ନୂଆଦିଲ୍ଲୀ: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ତାଙ୍କ କମ୍ପାନୀର କର୍ମଚାରୀ ହିଁ କମ ପସନ୍ଦ କରିବାକୁ ଲାଗିଲେଣି । ଏହି ପ୍ରଶ୍ନ ଏଥିପାଇଁ, କାରଣ ମାର୍କ ଜକରବର୍ଗ ୨୦୧୩ ପରେ ପ୍ରଥମଥର ପାଇଁ  ଗ୍ଲାସଡୋରର ୧୦୦ ଟପ୍ ସିଇଓ ଲିଷ୍ଟରୁ ବାହାର ହୋଇଛନ୍ତି ।
ଯେତେବେଳେ ସର୍ଚ ସାଇଟ ଗ୍ଲାସଡୋର ବୁଧବାର ନିଜ ସିଇଓଙ୍କ  ରାକିଂ ଜାରି କରିଥିଲା, ଯେଉଁଥିରେ ମାର୍କ ଜକରବର୍ଗଙ୍କ ନାମ ସାମିଲ  ନାହିଁ ।  ଗ୍ଲାସଡୋରର ଏହି ରାକିଂ କର୍ମଚାରୀଙ୍କ ପକ୍ଷରୁ ଦିଆଯାଇଥିବା ରେଟିଙ୍ଗସ ଆଧାରରେ ହୋଇଥାଏ । ଫେସବୁକ କର୍ମଚାରୀଙ୍କ ମଧ୍ୟରେ ମେ ୨୦୨୦ରୁ ଆରମ୍ଭ କରି ମେ ୨୦୨୧ ମଧ୍ୟରେ ହୋଇଥିବା ସର୍ଭେରେ ଦେଖାଯାଇଛି ଯେ, ଜକରବର୍ଗଙ୍କ ଆପ୍ରୁଭାଲ ୨୦୧୯ରେ ୯୪ ପ୍ରତିଶତ ହ୍ରାସ ପାଇ ୨୦୨୧ରେ ୮୯ ପ୍ରତିଶତ ହୋଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଗ୍ଲାସଡୋର ୭୦୦ ଫେସବୁକ କର୍ମଚାରୀଙ୍କ ସହିତ ଏହି ସର୍ଭେ କରିଥିଲା । ତେବେ ଏହା ଫେସବୁକର ୬୦ ହଜାର କର୍ମଚାରୀଙ୍କ ଏକ ଛୋଟ ଭାଗ । ହେଲେ ଗ୍ଲାସଡୋରକୁ ଏକ ମହତ୍ୱପୂର୍ଣ୍ଣ ରିକ୍ରୁଟମେଣ୍ଟ ଟୁଲ ବୋଲି ଧରାଯାଏ ।

LEAVE A REPLY

Please enter your comment!
Please enter your name here