29.1 C
Bhubaneswar
Wednesday, April 24, 2024
Homeଓଡିଶାଫିଟନେସ, ପରମିଟ, ଡିଏଲ ବୈଧତା  ବଢିଲା

ଫିଟନେସ, ପରମିଟ, ଡିଏଲ ବୈଧତା  ବଢିଲା

ଭୁବନେଶ୍ୱର: ଗାଡି ଫିଟନେଓ, ପରମିଟ, ଡିଏଲ, ଏଲଏଲ, ଆରସି ଆଦିର ବୈଧତା ବୃଦ୍ଧି ପାଇଛି । ବୈଧତା ଗତବର୍ଷ ଫେବୃୟାରୀରୁ ଏବର୍ଷ ସେପ୍ଟେମ୍ବର ମଧ୍ୟରେ ସରୁଥିଲେ କାଏମ ରହିବ । ବୈଧତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାଏମ ରହିବ । ଇନ୍ସରାନ୍ସ, ପଲ୍ୟୁସନ, ସାମୟିକ ପରମିଟ ପାଇଁ ବୈଧତା କୋହଳ ନୁହେଁ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହାପୂର୍ବରୁ ମୋଟର ଯାନ ଆଇନ ତଥା କେନ୍ଦ୍ରୀୟ ମୋଟର ଯାନ ନିୟମ ସମ୍ବନ୍ଧୀୟ କାଗଜପତ୍ରରର ବୈଧତାକୁ ସମ୍ପ୍ରସାରଣ କରିବା ସଂକ୍ରାନ୍ତରେ ଏହା ପୂର୍ବରୁ ୩୦ ମାର୍ଚ୍ଚ, ୨୦୨୦ ପରେ ୯ ଜୁନ ୨୦୨୦ ଏବଂ ୨୪ ଅଗଷ୍ଟ ୨୦୨୦ରେ ମାର୍ଗଦର୍ଶିକା ଜାରି କରିଥିଲା । ଫିଟନେସ, ପରମିଟ (ସମସ୍ତ ପ୍ରକାରର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏ ସଂକ୍ରାନ୍ତ ଅନ୍ୟ କୌଣସି କାଗଜପତ୍ରର ବୈଧତା ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଏହି ମାର୍ଗଦର୍ଶିକାକୁ ମୂଳଭାବନା ସହିତ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଯାହାଫଳରେ ନାଗରିକ, ଟ୍ରାନ୍ସପୋର୍ଟର ଏବଂ ବିଭିନ୍ନ ଅନ୍ୟ ସଂଗଠନଗୁଡ଼ିକୁ ସୁବିଧା ମିଳିପାରିବ । ବିଶେଷ କରି କୋଭିଡ ମହାମାରୀ ସମୟରେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ଏହାଦ୍ୱାରା ସେମାନଙ୍କର ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking