ରାମ ମନ୍ଦିର ମାମଲା: ସାକ୍ଷୀ ମହାରାଜ କହିଲେ ଏମିତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସଦସ୍ୟ ସାକ୍ଷୀ ମହାରାଜ କହିଛନ୍ତି, ଯେଉଁମାନେ ରାମ ମନ୍ଦିର ନିର୍ମାଣରେ ଭ୍ରଷ୍ଟାଚାର ଆରୋପ ଲଗାଉଛନ୍ତି, ସେମାନେ ରସିଦ ଦେଖାଇ ନିଜ ଚାନ୍ଦା ଫେରାଇ ନେଇପାରିବେ । ବୁଧବାର ସେ କହିଛନ୍ତି, ଯେଉଁ ନେତା ଏବେ ଆରୋପ ଆଣୁଛନ୍ତି, ସେମାନେ ସିଏ ଯିଏ, ପୂର୍ବରୁ ରାମ ଭକ୍ତଙ୍କ ଉପରେ ଗୁଳି ଚାଳନା କରିଥିଲେ । ସେ କହିଥିଲେ ଯେ, ସେମାନେ କହିଥିଲେ ସେମାନେ ବାବରୀ ମସଜିଦ ପାଖକୁ ଗୋଟିଏ ପକ୍ଷୀକୁ ବି ଯିବାକୁ ଦେବେ ନାହିଁ । ତାଙ୍କ ଯୁକ୍ତିର ଜବାବ ଦିଆଯାଇଛି ଏବଂ ରାମ ଜନ୍ମ ଭୂମି ସ୍ଥଳରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉଛି । ଏଭଳି ଲୋକଙ୍କ ପାଖରେ ନିରାଧାର ଆରୋପ ଛଡା ଆଉ କିଛି ନାହିଁ । ଯଦି ଚମ୍ପତ ରାୟଙ୍କ କଥା କହିବା, ତେବେ ସେ ନିଜର ପୁରା ଜୀବନ ଭଗବାନ ରାମଙ୍କୁ ସମର୍ପିତ କରି ଦେଇଛନ୍ତି । ଏମିତି ବ୍ୟକ୍ତିଙ୍କ ଉପରେ ଆଲୋପ ଲଗାଇବା ଉଚିତ ନୁହେଁ । ଯଉ ଯଦି ବି ସଂଜୟ ସିଂ ରାମ ମନ୍ଦିର ପାଇଁ କିଛି ଦାନ କରିଛନ୍ତି, ତେବେ ସେ ରସିଦ ଦେଖାଇ ନିଜ ଦାନ ଫେରାଇ ନେଇପାରିବେ ।  ଅଖିଳେଶ ଯାଦବ ଦାନ ଦେଇଛନ୍ତି । ସେ ବି ନିଜ ଦାନ ଫେରାଇ ନେଇପାରିବେ । ଏମାନେ ହେଉଛନ୍ତି ସେହି ଲୋକ, ଯିଏ ରାମ ମନ୍ଦିର ର କଡା ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here