28.1 C
Bhubaneswar
Thursday, July 10, 2025
Homeବ୍ରେକୀଙ୍ଗମନୀଷା ଧର୍ଷଣ ଓ ହତ୍ୟାରେ ସମ୍ପୃକ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦାବୀରେ ପ୍ରତିବାଦ ସଭା

ମନୀଷା ଧର୍ଷଣ ଓ ହତ୍ୟାରେ ସମ୍ପୃକ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦାବୀରେ ପ୍ରତିବାଦ ସଭା

ଯାଜପୁର : ଆଜି ଅଲ ଇଣ୍ଡିଆ ଡି ଏସ ଓ, ଡି ୱlଇ ଓ, ଏମ ଏସ ଏସ ଓ ଏସୟୁସିଆଇ (କମ୍ୟୁନିଷ୍ଟ )ପକ୍ଷରୁ ଉତ୍ତର ପ୍ରଦେଶ ରେ ମନୀଷା ଧର୍ଷଣ ଓ ହତ୍ୟା ରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ ଦାବୀ ରେ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରି ଯାଜପୁରରୋଡ଼ସ୍ଥ ଗୋପବନ୍ଧୁ ଛକରେ ପହଂଚି ଥିଲା l ସେଠାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ସଭ୍ୟ ବିଜୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ବ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା l ଏହି ପ୍ରତିବାଦ ସଭାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ସଭ୍ୟ ସୁରେଶ ପ୍ରଧାନ, ଅଲ ଇଣ୍ଡିଆ ଡି ୱାଇ ଓ ଓଡିଶା ରାଜ୍ୟ ସମ୍ପାଦକ କେଦାରନାଥ ସାହୁ,ଅଲ ଇଣ୍ଡିଆ ଡି ଏସ ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟା ନିରୁପମା ବେହେରା, ମହିଳା ସାଂସ୍କୃତିକ ସଂଗଠନ ର ଜିଲ୍ଲା ସଙ୍ଗଠିକା ଲିଲି ମହାନ୍ତ, ପ୍ରଭୃତି ମନୀଷା ଧର୍ଷଣ ଓ ହତ୍ୟା ରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ ପାଇଁ ଦାବୀ କରିବା ସଙ୍ଗେ ସଙ୍ଗେ, ଉତ୍ତର ପ୍ରଦେଶ ର ବିଜେପି ଶାସିତ ଯୋଗୀ ସରକାର ଯେଉଁଭଳି ଭାବେ ପୋଲିସ, ପ୍ରଶାସନ କୁ ଦେଇ ଅପରାଧୀ ମାନଙ୍କୁ ଘଣ୍ଟଘୋଡେଇବା ର ଘୃଣ୍ୟ ଉଦ୍ୟମ କରି ସାମ୍ବାଦିକ, ଓକିଲ, ରାଜନୈତିକ, ସାମାଜିକ କର୍ମୀ ମାନଙ୍କୁ ପିଡ଼ିତା ଙ୍କ ପରିବାର ସହିତ ଯୋଗାଯୋଗ କରିବା ଉପରେ କଟକଣା ଜାରିକଲେ ତାହାକୁ ଦୃଢ ନିନ୍ଦା କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ର ସଂଗଠକ ରାଧାକାନ୍ତ ଜେନା, ହୃଷୀକେଶ ସିଂ,ମହେଶ୍ୱର ପୃଷ୍ଟି ଶରତ ଜେନା, ରାଜକିଶୋର ମହାନ୍ତ, କାଳନ୍ଦୀ ଓଝା, ଅଶୋକ ମହାରଣା, ଧ୍ରୁବ ପଣ୍ଡା, ନୂତନ ମଲ୍ଲିକ ପ୍ରଭୃତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking