28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପକ୍କା ରାସ୍ତା ନଥିବାରୁ ବର୍ଷା ହେଲେ ବେହାଲ ହେଉଛନ୍ତି ଗ୍ରାମବାସୀ

ପକ୍କା ରାସ୍ତା ନଥିବାରୁ ବର୍ଷା ହେଲେ ବେହାଲ ହେଉଛନ୍ତି ଗ୍ରାମବାସୀ

ମାଲକାନଗିରି : ପକ୍କା ରାସ୍ତା ନଥିବାରୁ ବର୍ଷା ହେଲେ ବେହାଲ ହେଉଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ତହସିଲ ଅନ୍ତର୍ଗତ ଏମ ପି ଭି ୮୧ ଗ୍ରାମରେ ଲୋକ ସଂଖ୍ୟା ପ୍ରାୟ ୪ହଜାର ରୁ ଉର୍ଦ୍ଧ୍ବ, NH 326 ଜାତୀୟ ରାଜପଥ ସହିତ ସଂଯୁକ୍ତା କରୁଥିବା ଏହି ରାସ୍ତା, ଯାହାକି ବର୍ଷା ହେଲେ କାଦୁଅ ପଚ ପଚ ରେ ବୁଡି ରହୁଛି ରାସ୍ତା। ଗ୍ରାମ ବସତିକୁ ୬୦ ବର୍ଷ ବିତିଯାଇଛି। ହେଲେ ଏଯାଏ ଗ୍ରାମରେ ନିର୍ମାଣ ହୋଇ ପାରୁନାହିଁ ପକ୍କା ରାସ୍ତା ଟିଏ।
ଗାଡି ମୋଟର ଠାରୁ ଆରମ୍ଭ କରି ବର୍ଷା ଦିନେ ଚାଲି ଯିବାକୁ ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ ଏହି ରାସ୍ତା। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତା ଟି ମୁଖ୍ୟ ରାସ୍ତା ରୁ ଜଡିତ ହୋଇ ଗାଁ ଭିତର ପଯ୍ୟନ୍ତ ମାଟିରେ ହୋଇ ଥିବାରୁ ଟିକେ ବର୍ଷା ହେବା ମାତ୍ରେ କାଦୁଅ ପଚ ପଚ ହୋଇଯାଇ। ଯାହା ଫଳରେ ଗାଁ ଭିତରେ ପ୍ରବେଶ କରିବା ବା ଘରୁ ବାହାରିବା ସମୟ ରେ କାଦୁଅରେ ଗୋଡ ଫସିଯାଏ । କୌଣସି ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ପିଲାଙ୍କ ସ୍କୁଲ, college ଯିବା ସମୟରେ ମଧ୍ୟ ଅନେକ ସମସ୍ୟା ଦେଖା ଯାଏ।ଏଣୁ ଗ୍ରାମବାସୀ ଏହି ବାବଦରେ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ପ୍ରକାର ସହାୟତା ମିଳୁନାହିଁ ଯାହା ଫଳରେ ଗ୍ରାମବାସୀ ପଂଚାୟତ ବୈଠକରେ ମଧ୍ୟ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking