37.1 C
Bhubaneswar
Sunday, April 28, 2024
Homeଓଡିଶାବିଲ୍ ପେମେଣ୍ଟ ପାଇଁ ମନୀଷଙ୍କୁ ହତ୍ୟା

ବିଲ୍ ପେମେଣ୍ଟ ପାଇଁ ମନୀଷଙ୍କୁ ହତ୍ୟା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇଛି । ମୃତ୍ୟୁ ସଂପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିସ୍ତୁୃତ ଭାବେ ସୂଚନା ଦେଇଛନ୍ତି । ମନୀଷ ପ୍ରଥମେ ୩ ସାଙ୍ଗଙ୍କ ସହିତ ଲକ୍ଷ୍‌ମୀସାଗର ଅଂଚଳକୁ ଯାଇଥିଲେ । ପରେ ଭୋର ସମୟରେ ପାତ୍ରପଡା ଅଂଚଳର ହୋଟେଲକୁ ଯାଇଥିଲେ । ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର, ମୃତ୍ୟୁଂଜୟ ମିଶ୍ରଙ୍କ ସହ ଯାଇଥିଲେ । ଦୀନେଶ ଓ ମୃତ୍ୟୁଂଜୟ କନ୍ଧମାଳର, ଅମ୍ରିତଙ୍କ ସାଙ୍ଗ । ଦୀନେଶ ଓ ମୃତ୍ୟୁଜଂୟଙ୍କ ସହ ମନୀଷଙ୍କ ପୂର୍ବରୁ ଚିହ୍ନା ଥିଲା । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିଲା । ହୋଟେଲ ବାହାରେ ମନୀଷଙ୍କୁ ବନ୍ଧୁମାନେ ଆକ୍ରମଣ କରିଥିଲେ । ଅମ୍ରିତ, ଦୀନେଶ ଓ ମୃତ୍ୟୁଂଜୟ ମନୀଷଙ୍କୁ ଆକ୍ରମଣ କରିଥିଲେ । ୩ ବନ୍ଧୁଙ୍କ ଆକ୍ରମଣ ଓ ଠେଲାପେଲା ଯୋଗୁଁ ମନୀଷଙ୍କ ମୃତ୍ୟୁ ଘଟିଥିଲା । ମନୀଷଙ୍କ ମୃତ୍ୟୁ ପରେ ମୃତ ଦେହ ପାଖ ପୋଖରୀରେ ଫିଙ୍ଗିଥିଲେ । ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଶରୀରକୁ ପୋଖରୀରେ ଫିଙ୍ଗିଥିଲେ । ମୃତ ଶରୀରକୁ ପୋଖରୀରେ ଫିଙ୍ଗିବାକୁ ବ୍ୟବହୃତ ଗାଜି ସିଜ ହୋଇଛି । ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking