26.1 C
Bhubaneswar
Friday, March 29, 2024
Homeଓଡିଶାସଠିକ ଭାବରେ ନିୟମ ପାଳନ ନହେଲେ ବନ୍ଦ ହେବ ସ୍କୁଲ

ସଠିକ ଭାବରେ ନିୟମ ପାଳନ ନହେଲେ ବନ୍ଦ ହେବ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ସ୍କୁଲ । ଫଳରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି । ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ୱର କେତେକ ଦେଶ ଓ ରାଜ୍ୟରେ ସ୍କୁଲ ଖୋଲିଗଲାଣି । ତେଣୁ ଓଡିଶାରେ ପର୍ଯ୍ୟାୟକ୍ରମେ ଖୋଲୁଛି । ଆଗକୁ ଯଦି ନିୟମ ପାଳନ ଠିକରେ ନ ହୁଏ କିମ୍ବା କିଛି ସେପରି ପରିସ୍ଥିତି ଆସେ ତେବେ ପୁଣି ସ୍କୁଲ ବନ୍ଦ କରାଯିବ ବୋଲି ଡିଏମଇଟି କହିଛନ୍ତି ।

ଦୁର୍ଗାପୂଜା ପରେ ଅଷ୍ଟମ ଓ ଏକାଦଶ କ୍ଲାସ୍ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ଆସନ୍ତା ୨୧ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ଓ ୨୫ ତାରିଖଠାରୁ ଅଷ୍ଟମ ଶ୍ରେଣୀର କ୍ଲାସ୍ ଆରମ୍ଭ ହେବ । ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହା ଲାଗୁ ହେବ। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍ ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ ଚାଲିବ । ସେହିଭଳି ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଲାସ୍ ହେବ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଅଫଲାଇନ୍ ମୋଡ୍ ସହିତ ଅନଲାଇନ ମୋଡରେ ମଧ୍ୟ କ୍ଲାସ୍ ଜାରି ରହିବ। ଏଥିପାଇଁ କ୍ୟାମ୍ପସ ପ୍ରସ୍ତୁତ ରଖିବାକୁ ଡିଇଓମାନଙ୍କ ନିକଟକୁ ନିର୍ଦ୍ଦେଶ ଯିବ। ସେହିପରି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଶ୍ରେଣୀ ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଦୀର୍ଘଦିନ ବ୍ୟବଧାନ ପରେ ଅଷ୍ଟମ ଓ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking