ନୂଆଦିଲ୍ଲୀ: ଇଣ୍ଡିମେଣ୍ଟ ସହ ବିଜେଡିର ହୋଇଛି କି କିଛି ଅଘୋଷିତ ଡିଲ। ସାଂସଦ ମାନସ ମଙ୍ଗରାଜଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ମାନସ ମଙ୍ଗରାଜ । ଭବନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ , ସୀମା ପୁନଃ ବିଲ ନିର୍ଦ୍ଧାରଣର ଆଲୋଚନା ଭିତରେ ଇଣ୍ଡି ମେଣ୍ଟର ବୈଠକ ହୋଇଥିଲା । ଏହି ବୈଠକରେ ସାମିଲ ହୋଇଥିଲେ ବିଜେଡିର ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ । ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ , ଜୟରାମ ରମେଶଙ୍କ ସହ ନେତାମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଓ ବିଜେଡି ମିଳିତ ଭାବରେ ପ୍ରାର୍ଥୀ ଦେଇଥିଲେ । ମହିଳା ସଂରକ୍ଷଣ ବିଲ । କନସ୍ଟିଚ୍ୟୁସନାଲ ଆମେଣ୍ଡମେଣ୍ଟ ବିଲକୁ ବିଜେଡି ଭବନରେ ବିରୋଧ କରିଛି । ଏହା ସହ ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ଗୋଟିଏ ଷ୍ଟାଣ୍ଡ ରଖୁଛନ୍ତି । ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିବା ଯାହା ଅଘୋଷିତ। ଇଣ୍ଡି ମେଣ୍ଟରେ ମାନସ ଯୋଗ ଦେବା ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମାନସ ମଙ୍ଗରାଦ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










