38.1 C
Bhubaneswar
Friday, April 24, 2026
Homeଦେଶ ବିଦେଶତାମିଲନାଡୁରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୯ ଜଣଙ୍କ ଜୀବନ

ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୯ ଜଣଙ୍କ ଜୀବନ

ତାମିଲନାଡୁ: ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା । କେରଳର ଏକ ପର୍ଯ୍ୟଟକ ଭ୍ୟାନ ତାମିଲନାଡୁ କୋଇମ୍ବାଟୋର ଜିଲ୍ଲାର ଭାଲପାରାଇ ପାହାଡରୁ ଖସିପଡିଛି । ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଛି । ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ୧୩ ଜଣଙ୍କୁ ନେଇ ଯାଉଥିବା ଭ୍ୟାନଟି ଭାଲପାରାଇ- ପୋଲାଚ୍ଚି ପାହାଡ ରାସ୍ତାରେ ତଳକୁ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇଥିଲା । ଗାଡିଟି ରାସ୍ତା କଡ ବ୍ୟାରିୟରକୁ ଧକ୍କା ଦଏଇ ତଳକୁ ପଡିଥିଲା । ଭ୍ୟାନଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଆଠ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ସାତ ଜଣ ମହିଳା ଏବଂ ଜଣେ ପୁରୁଷ ଥିଲେ । ଚାଳକ ଗୁରୁତର ଆହତ ହୋଇଛନ୍ତି । ଆଉ ଜଣେ ପୋଲାଚ୍ଚି ସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking