26.1 C
Bhubaneswar
Monday, December 11, 2023
Homeଓଡିଶାକାଠଯୋଡିରେ ବୁଡିଗଲେ ଯୁବକ, ଚାଲିଛି ଖୋଜାଖୋଜି

କାଠଯୋଡିରେ ବୁଡିଗଲେ ଯୁବକ, ଚାଲିଛି ଖୋଜାଖୋଜି

ଭୁୁବନେଶ୍ୱର: ସୌଚ ହେବାକୁ ଯାଇ ବୁଡି ଗଲେ ଯୁବକ । କଟକ କାଠଯୋଡି ନଦୀରେ ଅଘଟଣ । ଯୁବକଙ୍କୁ ଖୋଜା ଖୋଜି ଚାଲିଛି । ଘଟଣାସ୍ଥଳରେ ଓଡ୍ରାଫ୍ଟ ଯିମ ପହଂଚିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଚାଲିଛି ଖୋଜାଖୋଜି । ନିଖୋଜ ଯୁବକ ହେଲେ ଚିନ୍ମ ପ୍ରଧାନ । କଟକ ଗୋପାଳପୁର ବଢ଼େଇ ସାହି ନିକଟରେ କାଠଯୋଡ଼ି ନଦୀରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି ଚିନ୍ମ । କଟକ ସଦର ଥାନା ପୁଲିସର ସୂଚନା ଅନୁଯାୟୀ ଚିନ୍ମୟ ଶୌଚ କରିବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ପଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଖବର ଲେଖାଯିବା ପର‌୍ୟ୍ୟନ୍ତ ତାଙ୍କର ପତ୍ତା ମିଳି ନଥିଲା।
ଗତକାଲି କଟକ ଜିଲ୍ଲା ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତରେ ଥିବା ଡମଡ଼ମଣୀ ପୀଠ ନିକଟ ଡ୍ୟାମ୍‌ରେ ଜଣେ ଯୁବକ ବୁଡ଼ି ଯାଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking