28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶତାରିଖ ଘୋଷଣା ପରେ ଅସନ୍ତୋଷ ଜାହିର କଲେ ମମତା

ତାରିଖ ଘୋଷଣା ପରେ ଅସନ୍ତୋଷ ଜାହିର କଲେ ମମତା

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ମୁଖ୍ୟ ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛିନ୍ତି । ଏହି ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ପ୍ରଧାନମନ୍ତ୍ରଙ୍କ ଠାରୁ ନେଇ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଶ୍ନ୍ନ କରିଛନ୍ତିି । ତାଙ୍କ କହିବା ଅନୁସାରେ , ଯଦି ତାମିଲନାଡୁ ଓ କେରଳରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇପାରୁଛି ତେବେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ କ’ଣ ପାଇଁ? ସେ କହିଛନ୍ତି ଯେ, ଏହି ନିଷ୍ପତି ବିଜେପି ମୁତାବକ ନିଆଯାଇ ଅଛି । ୨୩ ଦିନ ପର୍ଯ୍ୟନ୍ତ କ’ଣ ବିଜେପି ଖେଳ ଖେଳିବ ବୋଲି ସେ କହିଛନ୍ତି । ବିଜେପି କେବଳ ହିନ୍ଦୁ,ମୁସଲମାନଙ୍କୁ ବାଣ୍ଟିବାରେ ଲାଗିଛି । ଏହାଛଡା ବିଜେପିିି ପଇସାର ତାକତ ନଦେଖାଉ ଓ ପ୍ରଧାନମନ୍ତ୍ରୀ ତାଙ୍କ ସତ୍ତାର ଦୁରୁପୋଯୋଗ ନକରନ୍ତୁ ବୋଲି ସେ ଆକ୍ଷେପ କରିଛନ୍ତି ।

ସୂଚନା ଯୋଗ୍ୟଯେ ନିର୍ବାଚନ ଆୟୋଗ ଗତକାଲି ୪ଟି ରାଜ୍ୟ ସମେତ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟର ନିର୍ବାଚନ ଫଳାଫଳ ୨ ମଇ କୁ ଜଣାପଡିବ ।

ତେବେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ତାରିଖ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚ ରୁ ଆରମ୍ଭ ହୋଇ ୮ଟି ପର୍ଯ୍ୟାୟରେ ୨୯ ଏପ୍ରିଲକୁ ଶେଷ ହେବ । ମମତା ବାନାର୍ଜୀଙ୍କ ଏହି ଅସନ୍ତୋଷ ପୁର୍ଣ୍ଣ ପଶ୍ନର ଜବାବ ରଖି ପଶ୍ଚିମବଙ୍ଗ ଗସ୍ତରେ ଥିବା ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି , ‘ମମତା ଦିଦିଙ୍କୁ ଯିବାକୁ ହିଁ ପଡିବ’ ।

ସୁଚନାଯୋଗ୍ୟଯେ, ୨୦୧୬ ରେ ପଶ୍ଚିମବଙ୍ଗରେ ୬ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିପଦକୁ ଦୃଷ୍ଟିରେ ରଖି ଗୋଟିଏ ପର୍ଯ୍ୟାୟ ନିର୍ବାଚନକୁ ୨ଟି ପର୍ଯ୍ୟାୟରେ ବଣ୍ଟାଯାଇଥିଲା ଓ ୭ ଟି ପର୍ଯ୍ୟାୟରେ ଭୋଟଦାନ ପୂରଣ ହୋଇଥିଲା ମାତ୍ର ସେତେବେଳେ ମମତା ବାନାର୍ଜୀ , ନିର୍ବାଚନ ଆୟୋଗ ଉପରେ କୌଣସି ପଶ୍ନ ଉଠାଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking