27.8 C
Bhubaneswar
Wednesday, April 17, 2024
Homeବ୍ରେକୀଙ୍ଗମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ; ଯାତ୍ରାକୁ ମିଳିଲା ଅନୁମତି

ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ; ଯାତ୍ରାକୁ ମିଳିଲା ଅନୁମତି

ଭୁବନେଶ୍ୱର : କୋରାନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳ,ସ୍ଥାନୀୟ ଅଧିକାରୀ ସତର୍କତାର ସହିତ କଣ୍ଟେନମେଣ୍ଟଟ ଜୋନ ଲାଗୁ କରିପାରିବେ । ଏହାସହ ଯାତ୍ରା ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରାକର । ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ଅନୁମତି ମିଳିଛି । ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେଇ ଏହି ଯାତ୍ରା ପରିବେଷଣ କରାଯାଇପାରିବ । କୋରନା କଟକଣାକର ସମସ୍ତ ଗାଇଡଲାଇନ ପାଳନ ପୁର୍ବକ, ସାମ।ଜିକ ଦୂରତା,ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇ ଯାତ୍ରା ପରିବେଷଣ କରାଯାଇପାରିବ ।

ଯାତ୍ରା ପାଇଁ ଅନୁମତି ମିଳୁ ବୋଲି ଯାତ୍ରା କଳାକାର ମାନେ ଲଗାତର ଭାବରେ ଦାବି କରିଆସୁଥିଲେ ଓ ଲୋୟର ପିଏମଜି ଛକରେ ଧାରଣା ଦେଇ ଆସୁଥିଲେ । ଯାତ୍ରାରେ ଦର୍ଶକ ମାନଙ୍କ ପାଇଁ ଅନଲାଇନ ଟିକେଟ କରିବାକୁ ଆୟୋଜକଙ୍କୁ ଅନୁରୋଧ କରାଯାଇଛି । ଯାତ୍ରାରେ କଟକଣା ଉଲଂଘନ ହେଲେ ଯାତ୍ରା ଆୟୋଜକ ଦାୟୀ ରହିବେ । ପ୍ରତି ସିଟ ମଧ୍ୟରେ ୬ ଫୁଟର ଦୁରତ୍ୱ ରହିବ ଓ ରୋଗାକ୍ରନ୍ତ ଏବଂ ଏନଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ।

ଏହାଛଡା ଗାଇଡଲାଇନରେ ବାହାଘର ସୁଦ୍ଧିକ୍ରୀୟା ପାଇିଁ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ସାମ।ଜିକ ଦୂରତା,ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking