30.1 C
Bhubaneswar
Thursday, May 2, 2024
Homeଅପରାଧଚିତ୍ରକୋଣ୍ଡାର ଜଣେ ବ୍ୟକ୍ତିଙ୍କ ଘରୁ ଜବତ ହେଲା ହନୁମାନ ପଇସା, ୩ ଗିରଫ

ଚିତ୍ରକୋଣ୍ଡାର ଜଣେ ବ୍ୟକ୍ତିଙ୍କ ଘରୁ ଜବତ ହେଲା ହନୁମାନ ପଇସା, ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ଜଣେ ବ୍ୟକ୍ତିଙ୍କ ଘରୁ  ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା ,ହରିଣ ଛାଲ ,ଏକ ବନ୍ଧୁକ ଜବତ । ଏହା ସହ ଏହି ଘଟଣାରେ  ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୋଲିସ।ଖବର ପାଇ ଚିତ୍ରକୋଣ୍ଡା ଥାନା ଆଇଆଇସି ଶ୍ରୀ ସୂର୍ଯ୍ୟପ୍ରକାଶ  ନାୟକଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବ୍ୟାରେଳ ବନ୍ଧୁକ, ୫୦ଗୋଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ବା ପଇସା, ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନ ପଥର ଥିବା ଗୋଟିଏ ଷ୍ଟିଲ ବକ୍ସ, ନଗଦ ୧୨,୩୧୦ ଟଙ୍କା,ଗୋଟିଏ ସ୍କୁଟି, ତିନୋଟି ମୋବାଇଲ, ଏଟିଏମ କାର୍ଡ ଜବତ କରିବା ସହ ଘର ମାଲିକ ଓ ଦୁଇଜଣ ବ୍ୟକ୍ତିଙ୍କୁ  ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ। ଏହି ତିନିଜଣ ବ୍ୟକ୍ତି ବହୁ ଦିନରୁ ଏଠାରେ ରହି ଏକ ଜାଲ ରାକେଟ ଚଲାଉଥିବା  ସହ ଗରିବ ନୀରିହ ଆଦିବାସୀ ଲୋକଙ୍କୁ ଜାଲ ରତ୍ନ ପଥର,ଜାଲ ତମ୍ବା ପଇସା, ହନୁମାନ ପଇସା ନାମରେ, ଲୋକମାନଙ୍କୁ ଠକୁ ଥିବା ପୋଲିସ କହିଛି। ଏହି ଅଭିଯୁକ୍ତ ମାନଙ୍କ ଠାରୁ ଏକ ହରିଣ ଚମଡା ମଧ୍ୟ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଏଥିରୁ ଅନୁମାନ କରାଯାଉଛି ଏବେବି ଏହି ଅଂଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking