37.1 C
Bhubaneswar
Friday, May 17, 2024
Homeଅପରାଧନାବଳିକାକୁ ଅପହରଣ କରି ଦୁଷ୍କର୍ମ : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ

ନାବଳିକାକୁ ଅପହରଣ କରି ଦୁଷ୍କର୍ମ : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ

କେନ୍ଦୁଝର : ତୁରୁମୁଙ୍ଗା ଥାନା କିମିରଦାପଶି ଗ୍ରାମରେ ଜଣେ ନାବଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଗାଁ ମଝିରେ ଥିବା କ୍ଳବ ଘରର ଖୁଣ୍ଟରେ ବାନ୍ଧି ପିଟିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର ଜଣେ ନାବଳିକା ଗତକାଲି ସନ୍ଧ୍ୟାରେ ପଡ଼ୋଶୀ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ନାବଳିକାର ପାଟିକୁ ବନ୍ଦ କରି କିଛି ରାସ୍ତା ନେଇଯିବା ପରେ ଦୁଷ୍କର୍ମ କରିଥିଲା ପରିବାର ଲୋକେ ନାବଳିକାକୁ ଖୋଜାଖୋଜି କରିବା ପରେ ପ୍ରକୃତ କଥା ଜଣାପଡିଥିଲା । ଘଟଣା ଜଣାପଡିବା ପରେ ଗ୍ରାମବାସୀ ଅଭିଯୁକ୍ତକୁ ଘରୁ ଆଣି ଗାଁ ମଝିରେ ଥିବା କ୍ଳବ ଘର ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking