29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମିଜୋରାମରେ ଜେଡ୍‌ପିଏମ୍‌କୁ ସଂଖ୍ୟାଗରିଷ୍ଠତା; ହାରିଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପଦରୁ ଜୋରାମ୍‌ଥାଙ୍ଗାଙ୍କ ଇସ୍ତଫା

ମିଜୋରାମରେ ଜେଡ୍‌ପିଏମ୍‌କୁ ସଂଖ୍ୟାଗରିଷ୍ଠତା; ହାରିଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପଦରୁ ଜୋରାମ୍‌ଥାଙ୍ଗାଙ୍କ ଇସ୍ତଫା

ଆଇଜଲ: ମିଜୋରାମ ବିଧାନସଭାର ୪୦ ଆସନ ପାଇଁ ନଭେମ୍ବର ୭ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ସୋମବାର ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି । ତଦନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନ୍‌ଏଫ୍‌)କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିବାବେଳେ ଜୋରାମ୍ ପିପୁଲ୍‌ସ ମୁଭ୍‌ମେଣ୍ଟ (ଜେଡ୍‌ପିଏମ୍‌)କୁ ସଂଖ୍ୟାଗରିଷ୍ଠତା ମିଳିଛି । ଜେଡ୍‌ପିଏମ୍ ସର୍ବାଧିକ ୨୭ ଆସନରେ ବିଜୟୀ ହୋଇଥିବାବେଳେ ଏମ୍‌ଏନ୍‌ଏଫ୍‌କୁ ୧୦, ବିଜେପିକୁ ୨ ଓ କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀ ଜୋରାମ୍‌ଥାଙ୍ଗା ଓ ଉପମୁଖ୍ୟମନ୍ତ୍ରୀ ତାନ୍‌ଲୁଇଆ ପରାଜିତ ହୋଇଛନ୍ତି । ଜୋରାମ୍‌ଥାଙ୍ଗା ଆଇଜଲ ଇଷ୍ଟ-୧ ଆସନରୁ ଓ ତାନ୍‌ଲୁଇଆ ତୁଇଚାଙ୍ଗ୍ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଦଳର ପରାଜୟ ପରେ ମୁଖ୍ୟମନ୍ତ୍ରୀ ଜୋରାମ୍‌ଥାଙ୍ଗା ସୋମବାର ରାଜ୍ୟପାଳ ଡଃ ହରିବାବୁ କାମ୍ବମଖପତିଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମିଜୋରାମର ୬ଟି ଆଞ୍ଚଳିକ ଦଳକୁ ନେଇ ଜେଡ୍‌ପିଏମ୍ ମେଣ୍ଟ ଗଠନ କରାଯାଇଛି ।

ଫଳାଫଳ ଘୋଷଣା ପରେ ଜେଡ୍‌ପିଏମ୍‌ର ଲାଲଡୁହୋମା ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୁହାଯାଇଛି । ସୂଚନାଯୋଗ୍ୟ ୨୦୧୮ ନିର୍ବାଚନରେ ଏମ୍‌ଏନ୍‌ଏଫ୍‌କୁ ସର୍ବାଧିକ ୨୬ଟି ଆସନ ମିଳିଥିବାବେଳେ ଜେଡ୍‌ପିଏମ, କଂଗ୍ରେସ ଓ ବିଜେପି ଭାଗରେ ଯଥାକ୍ରମେ ୮,୫ ଓ ୧ ଆସନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking