27.1 C
Bhubaneswar
Saturday, July 27, 2024
Homeଓଡିଶାମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଘଟଣା ବଢିଛି

ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଘଟଣା ବଢିଛି

ନୂଆଦିଲ୍ଲୀ: ପୂର୍ବବର୍ଷ ତୁଳନାରେ ୨୦୨୨ରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଘଟଣା ବୃଦ୍ଧି ପାଇଥିବା ଏନ୍‌ସିଆର୍‌ବି ରେକର୍ଡରୁ ଜଣାପଡିଛି । ଉକ୍ତ ବର୍ଷ ମହିଳାଙ୍କ ବିରୋଧରେ ୪ ପ୍ରତିଶତ ଅପରାଧ ଘଟଣା ବୃଦ୍ଧି ପାଇଥିବାବେଳେ ଶିଶୁଙ୍କ କ୍ଷେତ୍ରରେ ୮.୭ ପ୍ରତିଶତ, ବରିଷ୍ଠ ନାଗରିକଙ୍କ ବିରୋଧରେ ୯.୩ ପ୍ରତିଶତ, ତଫସିଲଗୁକ୍ତ ଜାତିଙ୍କ ବିରୋଧରେ ୧୩.୧ ପ୍ରତିଶତ ଏବଂ ତଫସିଲଭୁକ୍ତ ଜନଜାତିଙ୍କ ବିରୋଧରେ ୧୪.୩ ପ୍ରତିଶତ ବୃଦ୍ଧି ଘଟିଛି । ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

୨୦୨୨ରେ ମହିଳାଙ୍କ ବିରୋଧରେ ୪,୪୫,୨୫୬ ମାମଲା ଦାଏର କରାଯାଇଥିବାବେଳେ ଶିଶୁଙ୍କ ବିରୋଧରେ ୧,୬୨,୪୪୯, ବରିଷ୍ଠ ନାଗରିକଙ୍କ ବିରୋଧରେ ୨୮,୫୪୫, ତଫସିଲଭୁକ୍ତ ଜାତିଙ୍କ ବିରୋଧରେ ୫୭,୫୮୨ ଏବଂ ତଫସିଲଭୁକ୍ତ ଜନଜାତିଙ୍କ ବିରୋଧରେ ୧୦,୦୬୪ଟି ମାମଲା ପଞ୍ଜିକୃତ କରାଯାଇଛି । ଉକ୍ତବର୍ଷ ରାଜସ୍ଥାନରେ ସର୍ବାଧିକ ୩୧,୫୧୬ ମହିଳା ଦୁଷ୍କର୍ମର ଶିକାର ହୋଇଥିବାବେଳେ ଏହାପଛକୁ ଉତ୍ତର ପ୍ରଦେଶ (୩୬୯୦), ମଧ୍ୟପ୍ରଦେଶ (୩୦୨୯), ମହାରାଷ୍ଟ୍ର (୨୯୦୪) ଏବଂ ହରିୟାଣା (୧୭୮୭) ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking