37.1 C
Bhubaneswar
Thursday, March 28, 2024
Homeଓଡିଶାଗାନ୍ଧିଜୀ ବିଶ୍ୱ ପରିବର୍ତନ ର ବାର୍ତ୍ତାବହ ଥିଲେ

ଗାନ୍ଧିଜୀ ବିଶ୍ୱ ପରିବର୍ତନ ର ବାର୍ତ୍ତାବହ ଥିଲେ

ଦ ଇଣ୍ଟେଲେକଟସ ତରଫ ରୁ ୧୫୦ ତମ ଗାନ୍ଧୀ ଜୟନ୍ତୀ ୱେବ ସମାରୋହ
ନୂଆଦିଲ୍ଲୀ/ କୋଲକାତା / ଅନୁଗୁଳ / ରାୟଗଡା .: ଗାନ୍ଧୀବାଦ ଓ ଗାନ୍ଧୀ ଦର୍ଶନ ର ପ୍ରାସଙ୍ଗିକତା ଏବଂ ପ୍ରାଥମିକତା ଏବେ ବି ରହିଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି | ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ର ଅବ୍ୟବହିତ ପୂର୍ବ ରୁ ଦିଲ୍ଲୀ ସ୍ଥିତ ଦ ଇଣ୍ଟେଲେକଟସ ଓ ଜଗତସିଂହପୁର ର ମହାତ୍ମା ଗାନ୍ଧୀ କମ୍ୟୁନିଟି ନଲେଜ ସେଣ୍ଟର ର ମିଳିତ ସହଯୋଗ ରେ ଆୟୋଜିତ “ଗାନ୍ଧିଜୀ : ଚେଞ୍ଜମେକର ଅଫ ଦ ୱାର୍ଲଡ” ଶୀର୍ଷକ ୱେବ ବାର୍ତ୍ତାଳାପ ରେ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ପ୍ରଖ୍ୟାତ ଗାନ୍ଧିବାଦୀ ଡ଼ଃ ଲକ୍ଷ୍ମୀ ଦାସ, ଦଳିତ ଓ ଅବହେଳିତ ମାନଂକର ଜୀବନ ଧାରା ପରିବର୍ତ୍ତନ ଓ ଜୀବନ ତଥା ଜୀବିକା ର ମାନ ଉର୍ନତ କରାଯିବା ଦ୍ୱାରା ହିଁ ବାସ୍ତବ ରେ ସ୍ୱାଧୀନତା ମିଳି ପାରିବ ବୋଲି ଗାନ୍ଧୀ ବିଶ୍ୱାସ କରୁଥିବା ଦର୍ଶାଇଥିଲେ | ଗାନ୍ଧିଜୀଙ୍କ ଦ୍ୱାରା ପ୍ରଦତ୍ତ ଜୀବନଶୈଳୀ ସାରା ବିଶ୍ୱ କୁ ଯୁଗ ଯୁଗ ଧରି ଶାନ୍ତି ଓ ପ୍ରଗତିର ପନ୍ଥା ପ୍ରଦର୍ଶନ କରୁଥିବ ବୋଲି ଶ୍ରୀ ଦାସ ଦମ୍ଭ ପ୍ରକାଶ କରିଥିଲେ |
ଡିଜିଟାଲ ସମାବେଶ କୁ ସମ୍ବୋଧନ କରି ଓଡ଼ିଶା ର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଶାନ୍ତି ଦେବୀ, ଲବଣ ସତ୍ୟାଗ୍ରହ ଦ୍ୱାରା ସାରା ଦେଶ ର ମହିଳା ମାନଂକ ମଧ୍ୟ ରେ କିଭଳି ଅଭୂତପୂର୍ବ ଜାଗରଣ ସୃଷ୍ଟି ହୋଇଥିଲା ତାହା ବର୍ଣ୍ଣନା କରିଥିଲେ |ସାମାନ୍ୟ ମୁଠାଏ ଲୁଣ କିଭଳି ବିଶ୍ୱ ର ସବୁଠୁ ଶକ୍ତିଶାଳୀ ସାମ୍ରାଜ୍ୟ ର ମୂଳଦୂଆ କୁ ଦୋହଲାଇ ଦେଇଥିଲା, ତାହା ଗାନ୍ଧୀଙ୍କର ପ୍ରେରଣାତ୍ମକ ଆହ୍ୱାନ ଓ ନାରୀଶକ୍ତି ର ଉତ୍ଥାନ ର ସ୍ଵାକ୍ଷର ବହନ କରୁଥିଲା ବୋଲି ଶାନ୍ତି ଦେବୀ ଉଲ୍ଲେଖ କରିଥିଲେ |
ଇଣ୍ଟରନେଟ ସଭା ରେ ଉଦବୋଧନ ଦେଇ ମହାନ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି, ଗାନ୍ଧୀ ନିତ୍ୟ ପରିବର୍ତନଶୀଳ ଚରିତ୍ର ଭାବ ରେ ନିଜ କୁ ପ୍ରତିପାଦିତ କରିପାରିଥିଲେ ତଥା ସ୍ୱଛତା ଓ ପାରଦର୍ଶିତା ର ପ୍ରତୀକ ଥିଲେ ବୋଲି ଦର୍ଶାଇ ଥିଲେ | ଗ୍ରାମୋଦ୍ୟୋଗ ଓ କୁଟୀର ଶିଳ୍ପ ଜରିଆ ରେ ଗ୍ରାମ କୁ ଆତ୍ମନିର୍ଭରଶୀଲ କରିବା ର ଗାନ୍ଧୀଜୀଙ୍କର ଯେଉଁ ବିଚାର ଥିଲା ତାକୁ ଆଜି ଅନୁଶୀଳନ ଓ ପ୍ରୟୋଗ କରାଯିବା ଖୁବ ପ୍ରାସଙ୍ଗିକ ହେବ ବୋଲି କ୍ରିଷ୍ଣା ମହାନ୍ତି ମତ ବ୍ୟକ୍ତ କରିଥିଲେ |
ଅନଲାଇନ ବାର୍ତ୍ତା ବୈଠକ ରେ ସଭାପତି ଅଭିଭାଷଣ ପ୍ରଦାନ କରି ହରିଜନ ସେବକ ସଂଘ ର ସଭାପତି ଡ଼ଃ ଶଙ୍କର କୁମାର ସାନ୍ୟାଲ, ଗାନ୍ଧୀ ମାର୍ଗ କୁ ଅନୁସରଣ କଲେ ସମଗ୍ର ବିଶ୍ୱ ରେ ଶାନ୍ତି, ସଙ୍ଘତି ଓ ସମୃଦ୍ଧି ସମ୍ଭବପର ହେବା ସହିତ ବସୁଧୈବ କୁଟୁମ୍ବକମ ଓ ଜୟ ଜଗତ ର ବାର୍ତା ମଧ୍ୟ ସାକାର ହୋଇ ପାରିବ ବୋଲି ଦର୍ଶାଇଥିଲେ | ବର୍ତ୍ତମାନ ପ୍ରକୁତି ଓ ପ୍ରାକୃତିକ ବାତାବରଣ ର ରକ୍ଷଣା ବେକ୍ଷଣ ଏବଂ ସୁରକ୍ଷା ତଥା ସବୁଜ ଓ ସ୍ୱଚ୍ଛ ପୃଥିବୀ ଗଠନ ଦିଗରେ ପ୍ରାଧାନ୍ୟ ଦିଆଯିବାକୁ ଶ୍ରୀ ସାନ୍ୟାଲ ପରାମର୍ଶ ଦେଇଥିଲେ |
ଭରଚୁଆଲ ସମାରୋହ ର ଆବାହକ ଏବଂ ଇଣ୍ଟେଲେକଟସ ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରି ଆଜି ର ଯୁବ ସମାଜ ସମ୍ପୂର୍ଣ ଭାବେ ଆତ୍ମ ବିକସିତ ଏବଂ ସ୍ୱୟଂ ସମ୍ପନ୍ନ ହେବା ପାଇଁ ‘ଗାନ୍ଧୀ ମଡେଲ’ କୁ ଆପଣେଇବାକୁ ଉପଦେଶ ଦେଇଥିଲେ | ସ୍ୱାବଲମ୍ବୀ ଭାରତ ବର୍ଷ ଗଠନ କରିବା ର ସ୍ବପ୍ନ କୁ ସାକାର କରିବାକୁ ହେଲେ ବର୍ତ୍ତମାନ ର ପିଢ଼ି ଗାନ୍ଧୀନୀତି କୁ ଅକ୍ଷରେ ଅକ୍ଷରେ ପାଳନ କରିବାର ଆବଶ୍ୟକତା ରହିଥିବା, ଶ୍ରୀ ରାଉତ ସୁଚାଇଥିଲେ |
ଉପସଂହାର ଟିପ୍ପଣୀ ପ୍ରଦାନ କରି ସୁବାସିନୀ ବାରିକ, ଆମର ସାମାଜିକ ଜୀବନ କୁ ସ୍ୱଚ୍ଛ, ସରଳ ଓ ସାବଲୀଳ କରିବାପାଇଁ ଗାନ୍ଧୀଙ୍କ ପ୍ରଦର୍ଶିତ ପଥ ପ୍ରକୃଷ୍ଠ ମାଧ୍ୟମ ଭାବେ ସ୍ଥାପିତ ହେବ ବୋଲି କହିଥିଲେ | ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଚୀନ ଦ୍ୱାରା ବିଶ୍ୱ ଭରି ବ୍ୟାପ୍ତ ମହାମାରୀ ଆତଙ୍କ ପରିପ୍ରେକ୍ଷୀ ରେ ଗାନ୍ଧିଜୀଙ୍କ ଦ୍ୱାରା ପ୍ରଦର୍ଶିତ ଅହିଂସା ଏବଂ ଶାନ୍ତି ମାର୍ଗ ର ପ୍ରୟୋଗ କ୍ଷେତ୍ର ରେ ପୁନର୍ବାଲୋକନ ର ଆଵଶ୍ୟକତା ଜରୁରୀ ହୋଇ ପଡ଼ିଥିବା ସୁଚାଇଥିଲେ | ଇଣ୍ଟେଲେକଟସ ର ସଂଗଠନ ସମ୍ପାଦକ ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ | ସୋନାଲି ସ୍ୱାଇଁ ଅନଲାଇନ ମଞ୍ଚ କୁ ସୁପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking