କରୋନା ନେଲାଣି ୩୦ ଜୀବନ, ପୁଅ ମୃତ୍ୟୁର ୩ ଦିନ ପରେ ବାପାଙ୍କ ମୃତ୍ୟୁ 

ନୂଆପଡ଼ା : ନୂଆପଡ଼ା ସଦର ବ୍ଲକ ବିରୋମାଲ ଗ୍ରାମର ଗଣେଶ ଦାସ ପେନକା(୫୦)ଙ୍କର କରୋନାରେ ମୃତ୍ୟୁ ଘଟିଛି । ଗଣେଶ ପଜିଟିଭ ଚିହ୍ନଟ ହେଲାପରେ ନିଜ ଘରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଗୁରୁବାର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗତ ୩ଦିନ ତଳେ ତାଙ୍କର ୩୧ ବର୍ଷୀୟ ପୁଅ ଗୋବିନ୍ଦର ମୃତ୍ୟୁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିଲା ।  ପୁଅର ଚିତା  ନ ଲିଭୁଣୁ ବାପାର ମୃତ୍ୟୁକୁ ନେଇ ଅଞ୍ଚଳର ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି । ସେହିପରି କୋମନା ବ୍ଲକ୍‌ର ଟିକ୍ରାପଡା ଗ୍ରାମର କ୍ଷୀରଧର ଦଣ୍ଡସେନା ନାମକ ଆଉ ଜଣେ ବ୍ୟକ୍ତିଙ୍କର ଗୁରୁବାର ରାତିରେ ମୃତ୍ୟୁ ହୋଇଥିବା ସୂଚନା ପ୍ରାପ୍ତ ହୋଇଛି । ଏହି ୨ଜଣଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୦କୁ ପହଞ୍ଚି ଥିଲାବେଳେ ଆହୁରି ୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସିନାପାଲି ବ୍ଲକ୍‌ରୁ ୨୬ ଜଣ, କୋମନା ବ୍ଲକ୍‌ରୁ ୧୩ ଜଣ, ନୂଆପଡ଼ା ବ୍ଲକ୍‌ରୁ ୧୨ ଜଣ, ବୋଡ଼େନ ବ୍ଲକ୍‌ରୁ ଜଣେ, ଖଡ଼ିଆଳ ବ୍ଲକ୍‌ରୁ ୪ଜଣ, ସଂକ୍ରମିତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ମିଳିଛି । ଏହି ୫୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୩୨୫୪ ଜଣ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୧ ଅକ୍ଟୋବର ପର୍ଯ୍ୟନ୍ତ ୩୯୪୨୧ ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି । ସେଥିରୁ ୩୨୫୪ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୨୧୫୭ ଜଣ ସୁସ୍ଥ ହୋଇ ସାରିଲାଣି

LEAVE A REPLY

Please enter your comment!
Please enter your name here