28.1 C
Bhubaneswar
Thursday, May 2, 2024
Homeଅପରାଧଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମହାଭାରତ

ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମହାଭାରତ

ନୂଆଦିଲ୍ଲୀ : ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ନେଇ ମହାଭାରତ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁଦ୍ଧ । ତେବେ ସୂଚନା ମୂତାବକ ଦୁଇ ବର୍ଷ ପୂର୍ବରୁ ଆଗ୍ରାର ଏତ୍ତମାଝୋଲାରେ ରହୁଥିବା ଜଣେ ଯୁବତୀଙ୍କର ସାଦାବାଦରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ବାହାଘର ହୋଇଥିଲା । ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । ପରିବାର ସୁଖଶାନ୍ତିରେ ଚଳିଆସୁଥିଲା । ହେଲେ ହଠାତ୍‌ ପରିବାରରେ ଘୋଟିଆସିଲା କଳାବାଦଲ । ସ୍ୱାମୀ ଆଇପିଏଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ସ୍ତ୍ରୀ ନିଜ ମନ ପସନ୍ଦର ସିରିଏଲ ଦେଖିବାକୁ ଜିଦ୍‌ କରିଥିଲେ । ଆଉ ବାସ୍‌ ଏତିକି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମହାଭାରତ । ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ବେଲ୍ଟରେ ମାଡ ମାରିଥିବାବେଳେ ପତ୍ନୀ ମଧ୍ୟ ସ୍ୱାମୀଙ୍କୁ ବେଲଣା କାଠିରେ ପିଟିଛନ୍ତି । ଏହି ମାମଲା ଯାଇ ପୁଲିସ ଥାନାରେ ପହଞ୍ଚିଥିଲା କିନ୍ତୁ ପୁଲିସ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ସ୍ଥାନାନ୍ତର କରିଛି । ଏବଂ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking