33.1 C
Bhubaneswar
Friday, May 17, 2024
Homeଓଡିଶାଅବସରପ୍ରାପ୍ତ ଅଧିକାରି ହରେକୃଷ୍ଣ ମହାନ୍ତିଙ୍କ ୧ମ ଶ୍ରାଦ୍ଧବାର୍ଷିକ ରେ ସ୍ମରଣିକା ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା

ଅବସରପ୍ରାପ୍ତ ଅଧିକାରି ହରେକୃଷ୍ଣ ମହାନ୍ତିଙ୍କ ୧ମ ଶ୍ରାଦ୍ଧବାର୍ଷିକ ରେ ସ୍ମରଣିକା ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା

ଯାଜପୁର : ଯାଜପୁର ଜିଲ୍ଲା ର ବରୁଣ୍ଡାଇ ଅଞ୍ଚଳ ର ସୁନାମଧନ୍ୟ ତଥା ଅବସରପ୍ରାପ୍ତ ଅଧିକାରୀ ହରେକୃଷ୍ଣ ମହାନ୍ତି ଙ୍କ ୧ମ ଶ୍ରାଦ୍ଧବାର୍ଷିକ ରେ ନିରଟାର ର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ଼ ଶକ୍ତିପ୍ରସାଦ ଦାସ ଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ୧୯୪୨ ମସିହା ମେ ମାସ ୩୧ ତାରିଖ ରେ ବୈଷ୍ଟବଚରଣ ମହାନ୍ତି ଓ ମା ମୁଷିଦେବୀ ଙ୍କ ପ୍ରଥମ ଗର୍ଭ ସନ୍ତାନ ଭାବେ ଜନ୍ମ ଗ୍ରହଣ କରି ୨O ୨୩ ଏପ୍ରିଲ ମାସ ୧୫ ତାରିଖ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅବସର ଶେଷ ସମୟରେ ସ୍ବର୍ଗତ ମହାନ୍ତି କଟକ ଠାରେ ଆର. ଟି. ଓ. ଭାବେ କାର୍ଯ୍ୟ କରିଥିଲେ। ସେ ବହୁ ସମୟ ବାହାରେ ଅତିବାହିତ କରିଥିଲେ ମଧ୍ୟ ନିଜ ଗାଁ ବରୁଣ୍ଡାଇ ପ୍ରତି ତାଙ୍କର ସମ୍ପର୍କ ସାମାଜିକ ପ୍ରେରଣା ଅଭିସ୍ମରଣୀୟ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି, ଜୟନ୍ତୀ ସାହୁ ସ୍ବର୍ଗତ ମହାନ୍ତି ଙ୍କ ଭାଇ ରଘୁନାଥ ମହାନ୍ତି ରାମକୃଷ୍ଣ ମହାନ୍ତ କିଶୋରକୃଷ୍ଣ ମହାନ୍ତି ବଡ ପୁଅ ଗୋପାଳକୃଷ ମହାପାତ୍ର ସାନ ପୁଅ ଗୋକୁଳ କୃଷ୍ଣ ମହାନ୍ତି ଝିଅ ପୁଷ୍ପିତା ବହୁ ସୁଶ୍ରୀ ସଂଗୀତା ମହାନ୍ତି ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking