30.1 C
Bhubaneswar
Thursday, March 13, 2025
Homeଓଡିଶାଆଜି ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଆଜିି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଶୁକ୍ରବାର ଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଛି।
https://onakhabar.com/2020/01/31/highschool-annual-function/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking