27.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରେ ବୁଡି ନାବାଳକର ମୃତ୍ୟୁ

ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ତିଳବେଡା ଗ୍ରାମରେ ଶୁକ୍ରବାର ଖେଳୁଥିବା ସମୟରେ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେରକେରା ଗ୍ରାମର ସନାତନ ବଦ୍ରାଙ୍କ ପୁଅ ବିକାଶ ବଦ୍ରା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସେ ତିଳବେଡା ଗ୍ରାମରେ ମାମୁଁଙ୍କ ଘରେ ବାପାଙ୍କ ସହ ସପରିବାର ରହୁଥିଲେ। ଶୁକ୍ରବାର ମଧ୍ୟାହ୍ନରେ ନିକଟ ଏକ ପୋଖରୀ ପାଖରେ ଖେଳୁଥିବା ସମୟରେ ପାଣିରେ ବୁଡି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ। ସନ୍ଧ୍ୟା କାରଣରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିବା ବେଳେ ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking