29.1 C
Bhubaneswar
Monday, August 11, 2025
Homeଦେଶ ବିଦେଶପୁଣି ବଢ଼ିଲା ରନ୍ଧନ ଗ୍ୟାସର ମୂଲ୍ୟ, ସିଲିଣ୍ଡର ପିଛା ୧୪୫ ଟଙ୍କା

ପୁଣି ବଢ଼ିଲା ରନ୍ଧନ ଗ୍ୟାସର ମୂଲ୍ୟ, ସିଲିଣ୍ଡର ପିଛା ୧୪୫ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପୁଣି ଇନ୍ଧନ ଗ୍ୟାସ ଗ୍ରାହକଙ୍କୁ ଝଟକା । ଏଲପିଜି ଗ୍ୟାସ ବା ରୋଷେଇ ଗ୍ୟାସ୍ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି । ଅନ୍ତର୍ଜାତିକ ସ୍ତରରେ ଘଟିଥିବା ମୂଲ୍ୟ ବୃଦ୍ଧି ଯୋଗୁଁ ଭାରତରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବା ପାଇଁ ସରକାର ବାଧ୍ୟ ହୋଇଥିବା କୁହାଯାଉଛି। କିନ୍ତୁ, ଅନ୍ୟପକ୍ଷରେ ସରକାର ଗ୍ରାହକମାନଙ୍କ ପାଇଁ ସବ୍‌ସିଡି ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି। ଏହା ଫଳରେ ସିଧା ସିଧା ରୋଷେଇ ଘରକୁ ମାଡ଼ ହୋଇଛି ।
ରିପୋର୍ଟ ଅନୁସାରେ, ଦେଶର ପ୍ରମୁଖ ମହାନଗରୀ ଦିଲ୍ଲୀରେ ଅଣ ସବସିଡି ଗ୍ୟାସ ସିଲିଣ୍ଡର ପିଛା ୧୪୪. ୫୦ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି। ୧୪.୨ କିଲୋ ରୋଷେଇ ଗ୍ୟାସ ପାଇଁ ଗ୍ରାହକଙ୍କୁ ୮୫୮.୫୦ଟଙ୍କା ଦେବାକୁ ପଡ଼ିବ । କୋଲକାତାରେ ଏହି ଗ୍ୟାସ ଦାମ ୧୪୯ ଟଙ୍କା ବୃଦ୍ଧି ପାଇ ୮୯୬ ଟଙ୍କା ରହିଛି । ଏବଂ ମୁମ୍ୱାଇ ୧୪୫ ଟଙ୍କା ବୃଦ୍ଧି ପାଇଁ ସିଲିଣ୍ଡର ଦର ୮୨୯.୫୦ ଟଙ୍କା ଥିବା ବେଳେ ଚେନ୍ନାଇରେ ସିଲିଣ୍ଡର ପିଛା ୧୪୭ ଟଙ୍କା ବୃଦ୍ଧି ପାଇ ୮୮୧ ଟଙ୍କା ରହିଛି । ଏହି ମୂଲ୍ୟବୃଦ୍ଧି ପରେ ଭୁବନେଶ୍ୱରରେ ଏବେ ୧୪.୨ କିଲୋ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟ ୮୯୫ ଟଙ୍କା ୫୦ ପଇସା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking