30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନିୟନ୍ତ୍ରଣରେ ନାହିଁ କରୋନା, ୧୧୦୦ ଟପିଲା କରୋନା ମୃତକଙ୍କ ସଂଖ୍ୟା

ନିୟନ୍ତ୍ରଣରେ ନାହିଁ କରୋନା, ୧୧୦୦ ଟପିଲା କରୋନା ମୃତକଙ୍କ ସଂଖ୍ୟା

ବେଜିଙ୍ଗ :ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ଭାବରେ ବଢିବାରେ ଲାଗିଛି । କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୧୦୦ ଟପି ସାରିଛି ବୋଲି ବୋଲି ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ।
କରୋନା ଭାଇରସରେ ଏପର‌୍ୟ୍ୟନ୍ତ ୪୪ ,୨୦୦ ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ମଙ୍ଗଳବାର ଦିନ ଚୀନରେ ଗୋଟିଏ ଦିନରେ ହିଁ ୯୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ସୋମବାର ଦିନ ମାକ୍ସ ପିନ୍ଧି କରୋନା ଭାଇରସ କେନ୍ଦ୍ରରେ ପହଂଚିଥିଲେ । ସେଠାରେ ଏହି କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଆଲୋଚନା କରିବା ସହ ମୁକାବିଲା କରିବା ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଚୀନର ପଡୋଶୀ ଦେଶ ମାନଙ୍କୁ ମଧ୍ୟ ଏହି ଭୂତାଣୁ ବ୍ୟାପିବା ଆରମ୍ଭ କଲାଣି ସିଙ୍ଗାପୁରରେ ବର୍ତ୍ତମାନ ସୁଦ୍ଧା ୪୫ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେଲେଣି । ସିଙ୍ଗାପୁରରେ କରୋନା ଭୂତାଣୁ ବ୍ୟାପୁଥିବା ଦେଖି ଦକ୍ଷିଣ କୋରିଆ ଓ ଇଜ୍ରାଏଲ ସିଙ୍ଗାପୁର ନ ଯିବା ଲାଗି ତାଙ୍କ ଦେଶର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି । ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ କିଛି ଦିନ ପାଇଁ ଚୀନକୁ ବିମାନ ଉଡ଼ାଣରେ କଟକଣା ଜାରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking