33.1 C
Bhubaneswar
Saturday, April 27, 2024
Homeଅପରାଧତୁ ମୋର ନୁହେଁ ତ ଆଉ କାହାର ନୁହେଁ: ପ୍ରେମିକକୁ ପିଟି ପିଟି ମାରିଦେଲା ପ୍ରେମିକା

ତୁ ମୋର ନୁହେଁ ତ ଆଉ କାହାର ନୁହେଁ: ପ୍ରେମିକକୁ ପିଟି ପିଟି ମାରିଦେଲା ପ୍ରେମିକା

ନୂଆଦିଲ୍ଲୀ : ପ୍ରେମିକକୁ ପିଟି ପିଟି ମାରିଦେଲା ପ୍ରେମିକା । ଧରମ ଭାଇ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା । ଏଭଳି ଜଘନ୍ୟ ଲୋମଟାଙ୍କୁରା ଘଟଣା ଘଟିଛି ଗୁରୁଗାଓଁରେ । ଏଠାରେ ଜଣେ ୨୫ ବର୍ଷର ଯୁବକକୁ ରଡ଼ ଓ ପଥରରେ ଛେଚି ମାରି ଦେଇଛି ତା’ ୨୪ ବର୍ଷୀୟା ପ୍ରେମିକା ଓ ପ୍ରେମିକାର ଧରମ ଭାଇ । ସୂଚନା ଅନୁଯାୟୀ, ସୋମବାର ରାତିରେ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ଯୁବକ ଓ ଯୁବତୀ ଏକ ରଡ୍ ଓ ପଥରରେ ଅତି ଅମାନୁଷିକ ଭାବେ ଯୁବକକୁ ପିଟୁଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବକଙ୍କ ଅବସ୍ଥା ଗୁରୁତର ଥିଲା । ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ନା’ ଆସିଫ୍ ବୋଲି ଜଣାପଡ଼ିଛି । ତେବେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗୁରୁଗାଓଁ ପୋଲିସ ଅଭିଯୁକ୍ତ ଯୁବତୀ ସୋନିଆ ଓ ତାଙ୍କ ଧରମ ଭାଇ ୟାକୁବକୁ ଗିରଫ କରିଛି । ଗିରଫ ପରେ ସୋନିଆ ବୟାନ ଦେଇଛି ଯେ ସେ ଓ ଆସିଫ୍ ପରସ୍ପରକୁ ୩ ବର୍ଷ ହେଲା ଭଲ ପାଉଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ପାଟିତୁଣ୍ଡ ହୋଇଥିଲା । ଆସିଫ୍‌ର ଘର ଲୋକ ତା’ ବାହାଘର ଆଉ ଜଣଙ୍କ ସହ ଠିକ୍ କରିବାରୁ ଏହି ଗଣ୍ଡଗୋଳ ଆହୁରି ବଢ଼ିଥିଲା । ଆସିଫ୍ ଠାରୁ ଦୂରେଇ ଯିବାକୁ ସୋନିଆ ଚାହୁଁନଥିଲା । ଏଣୁ ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି । ତେବେ ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking