37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶମହିଳାଙ୍କୁ ଗାଢା ପୋଷାକ ପିନ୍ଧିବା ମନା: ତାଲିବାନ୍‌

ମହିଳାଙ୍କୁ ଗାଢା ପୋଷାକ ପିନ୍ଧିବା ମନା: ତାଲିବାନ୍‌

କାବୁଲ୍ : ତାଲିବାନୀ ସରକାରରେ ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ଆଣି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଛି । ବର୍ତ୍ତମାନ ମହିଳାଙ୍କୁ ଗାଢ ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ପରଫ୍ୟୁମ୍ ବ୍ୟବହାର ନକରିବାକୁ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ମହିଳାଙ୍କ ଚାଲିବା ଶଦ୍ଦ ଦ୍ୱାରା ଯେପରି କୌଣସି ପୁରୁଷଙ୍କ ଦୃଷ୍ଟି ଆକର୍ଷଣ ନ ହେବେ, ସେନେଇ ମହିଳାମାନଙ୍କୁ ଲଙ୍ଗ୍ ବୁଟ୍ ତଥା ହାଇ ହିଲ୍ ପିନ୍ଧିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ତାଲିବାନୀ ନିୟମ ଅନୁସାରେ, ମହିଳାମାନେ ସର୍ବସାଧାରଣରେ କୌଣସି କାର୍ଯ୍ୟ କରିପାରିବେ ନାହିଁ । ତାଲିବାନ୍ ମହିଳାଙ୍କ ପିନ୍ଧିବା ଠାରୁ ଆରମ୍ଭ କରି କାର୍ଯ୍ୟକଳାପ ପର୍ଯ୍ୟନ୍ତ ସବୁଥିରେ ଅନେକ ପ୍ରକାରର କଟକଣା ଲାଗାଇଛି । ମହିଳାମାନେ ସର୍ବସାଧାରଣରେ ଥଟ୍ଟା ମଜା କରିପାରିବେ ନାହିଁ । ମହିଳାମାନେ ଏକାକୀ ଘର ବାହାରକୁ ଯାଇପାରିବେ ନାହିଁ । ସେମାନେ କେବଳ ଜଣେ ପୁରୁଷଙ୍କ ସହ ହିଁ ଘରୁ ବାହାରକୁ ଯାଇପାରିବେ । ଏହାସହ ସେମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇ ରଖିବେ । ପୁରୁଷ ଦୋକାନୀମାନ ଙ୍କ ଠାରୁ କୌଣସି ସାମଗ୍ରୀ କିଣିପାରିବେ ନାହିଁ । ଚିକିତ୍ସା ପାଇଁ କେବଳ ମହିଳା ଡାକ୍ତରଙ୍କ ପାଖକୁ ହିଁ ଯାଇପାରିବେ । ମହିଳାମାନେ କୌଣସି କସ୍‌ମେଟିକ୍ ବ୍ୟବହାର କରିପାରିବେ ନାହିଁ । ପୁରୁଷ ମାନଙ୍କ ସହ ହାତ ମିଳାଇବା ତଥା ଜୋରେ ହସିପାରିବେ ନାହିଁ । ଟ୍ୟାକ୍ସିରେ ଯାଇପାରିବେ ନାହିଁ । ଏହାସହ ସର୍ବସାଧାରଣରେ ଟିଭି, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ଦେଖିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking