33.1 C
Bhubaneswar
Saturday, April 27, 2024
Homeଅପରାଧପ୍ରେମିକା ସାଥିରେ ପ୍ରେମିକ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ପ୍ରେମିକା ସାଥିରେ ପ୍ରେମିକ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଯାଜପୁର : ପ୍ରେମିକାକୁ ଧୋକ୍କା ଦେଇ ଉତ୍ତର ପ୍ରଦେଶରୁ ଫେରାର ଥିବା ପ୍ରେମିକ ବିଞ୍ଝାରପୁର ପୋଲିସ ଦ୍ୱାରା ଗିରଫ । ପ୍ରେମିକ ସୁଶାନ୍ତ ବାରିକକୁ ଗିରଫ କରିବା ପରେ କୋର୍ଟ ଚାଲାଣ କଲା ବିଞ୍ଝାରପୁର ପୋଲିସ । ଧୋକ୍କାବାଜ ପ୍ରେମିକକୁ ଧରିବା ପାଇଁ ପ୍ରେମିକା ଉତ୍ତରପ୍ରଦେଶରୁ ଆସି ଯାଜପୁରରେ ଡେରା ପକାଇଥିଲେ । ସୂଚନା ଅନୁଯାୟୀ, ସୁଶାନ୍ତ ଉତ୍ତରପ୍ରଦେଶରେ କାମ କରୁଥିବା ସମୟରେ ଏହି ବିଧବା ମହିଳାଙ୍କୁ ବିବାହ କରିବା ସହିତ ଶାରୀରିକ ସମ୍ପର୍କ ରକ୍ଷା କରି ଓଡିଶା ପଳାଇ ଆସିଥିଲେ । ମହିଳା ଜଣକ ତାଙ୍କ ପିଛା କରି ଆସି ବିଞ୍ଝାରପୁର ଥାନାରେ ସୁଶାନ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଅନୁସନ୍ଧାନ କରି ଆଜି ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅକ୍ଟୋବର ୧୩ରେ ପ୍ରତାରିତ ପ୍ରେମିକକୁ ପିଛା କରି ଉତ୍ତର ପ୍ରଦେଶରୁ ପ୍ରେମିକା ଆସି ଓଡିଶାରେ ପହଞ୍ଚି ନ୍ୟାୟ ଭିକ୍ଷା କରିଥିଲେ । ଯାଜପୁର ବିଞ୍ଝାରପୁର ଥାନାରେ ପ୍ରେମିକା ଜଣକ ପ୍ରେମିକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ମଧୁସୂଦନପୁରର ସୁଶାନ୍ତ ବାରିକ ଉତ୍ତରପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ସମୟରେ ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ । ଏପରିକି ତାଙ୍କର ୪ ବର୍ଷର ଶିଶୁ ପୁତ୍ରଟିଏ ଅଛି । ସେ କିଛି ଦିନ ତଳେ ସେଠାରୁ ପଳାଇ ଆସି ବିଞ୍ଝାରପୁର ଅଞ୍ଚଳରେ ରହୁଥିବା ଖବର ପାଇ ଯୁବତୀ ଜଣକ ସ୍ଥାନୀୟ ଥାନାରେ ସୁଶାନ୍ତଙ୍କ ବିରୋଧରେ ମକଦ୍ଦମା କରିଥିଲେ । ଏ ନେଇ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଥିଲେ । ସେପଟେ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଯୁବକକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking