28.1 C
Bhubaneswar
Tuesday, July 22, 2025
Homeଅପରାଧବିବାହର ୧୫ ଦିନ ପରେ ନିଜ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ, ତା’ପରେ କ’ଣ ହେଲା...

ବିବାହର ୧୫ ଦିନ ପରେ ନିଜ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ବଲାଙ୍ଗୀର : ପ୍ରେମ, ବିବାହ ତା’ପରେ ପ୍ରତାରଣ । ଯାହାକୁ ଭଲପାଇ ବିବାହ କଲେ, ବିବାହର ୧୫ ଦିନରେ ତା’ସହ କଲେ ପ୍ରତାରଣା । ବିବାହର ୧୫ ଦିନ ପରେ ରାଜସ୍ଥାନକୁ ନେଇ ସାତ ଜନମର ସାଥୀ ହେବା ପାଇଁ ବିବାହ କରିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକି ଦେଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଶେଷରେ ଏବେ ପୋଲିସକୁ ମାମଲା ଯିବା ପରେ ରାଜସ୍ଥାନରୁ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ପ୍ରତାରଣା କରିଥିବା ସ୍ୱାମୀକୁ ଗିରଫ କରି ଜେଲ୍ ପଠାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ବେଲପଡ଼ା ଥାନା ସୁଲେକେଲା ଗାଁର ରାଜେଶ ରଣା । ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲା । ଉଭୟଙ୍କର ପରିବାରର ସହମତି ପରେ ବିବାହ ମଧ୍ୟ ହୋଇଥିଲା । ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ । ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ଡାକି ନିଜ ସ୍ତ୍ରୀକୁ ନେଇଯାଇଥିଲା ରାଜସ୍ଥାନ । ସେଠାରେ ସ୍ତ୍ରୀକୁ ବୁଲାଇବ କ’ଣ ଓଲଟି ଜଣଙ୍କ ପାଖରେ ବିକ୍ରି କରି ଚାଲିଆସିଥିଲା । ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ । ଝିକୁ ନପାଇ ଏନେଇ ଅଗଷ୍ଟ ୫ ତାରିଖରେ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ । ନିଖୋଜ ମାମଲାର ତଦନ୍ତ କରୁ କରୁ ପୋଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା । ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା ମାନିଥିଲା । ଏହାପରେ ମାମଲାକୁ ଗୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅକୁ ଛାଡ଼ିବାକୁ ନାରାଜ ଥିଲେ । ପରେ ସେଠିକାର ପୋଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା । ଏ ନେଇ ପୋଲିସ ରାଜେଶ ବିରୋଧରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking