28.1 C
Bhubaneswar
Thursday, May 2, 2024
Homeଓଡିଶାଫେସବୁକରୁ ପ୍ରେମ, ବିବାହ ପରେ ପ୍ରତାରଣା

ଫେସବୁକରୁ ପ୍ରେମ, ବିବାହ ପରେ ପ୍ରତାରଣା

କଟକ : କଟକର ବହୁ ଚର୍ଚ୍ଚିତ ଘଟଣା ଫେସବୁକରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ମାମଲାରେ ଦମ୍ପତ୍ତିଙ୍କୁ ମହିଳା ଥାନାର ମାଧ୍ୟମ କେନ୍ଦ୍ରରେ କାଉନସେଲିଂ କରାଯାଇଛି । ଉଭୟଙ୍କୁ ସାମ୍ନା ସାମ୍ନି କରି ମଧ୍ୟସ୍ଥତା ଅଧିକାରିଣୀ ରୋଜା ସାହୁ ଅଭିଯୋଗ ଶୁଣିଥିଲେ । ଏହି ସମୟରେ ଉଭୟ ପରସ୍ପରର ପରିବାର ଉପରେ ଦୋଷ ଲଦିଥିଲେ । ଉଭୟଙ୍କ ପରିବାର ନିର୍ଯାତନା ଦେଉଥିବା କାଉନସେଲରଙ୍କ ଆଗରେ କହିଥିଲେ । ପରସ୍ପର ବିରୋଧରେ ଅଭିଯୋଗ ଆଣିବା ସହ କୌଣସି ସୁଫଳ ନମିଳିବାରୁ ପରବର୍ତ୍ତୀ ଅଗଷ୍ଟ ୩ ତାରିଖକୁ ପୁଣି ଦିନ ଧାର୍ଯ୍ୟ କରାଯାଇଛି । ଏହିଦିନ ଦମ୍ପତ୍ତିଙ୍କ ସହ ପରିବାର ଲୋକେ ଉପସ୍ଥିତ ରହିବାକୁ କୁହାଯାଇଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ମର୍କତ ନଗର ଅଞ୍ଚଳରେ ରହୁଥିବା ମୋହିତ ଶର୍ମା ଗତ ବର୍ଷ ଫେସବୁକ ଚାଟିଂରେ ଜଣେ ଯୁବତୀଙ୍କ ସହ ପ୍ରେମ ଆରମ୍ଭ ହୋଇଥିଲା । ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମୋହିତ ଗତବର୍ଷ ନଭେମ୍ବର ୨୫ରେ ଉକ୍ତ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ବିବାହ ପରେ ଜଣେ ଅଜଣା ବ୍ୟକ୍ତି ମୋହିତଙ୍କୁ ଫୋନରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏପରିକି ଉକ୍ତ ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଏକ ଟାଟୁ ରହିଥିବା ବିଷୟରେ ମଧ୍ୟ ସେହି ଅଜଣା ବ୍ୟକ୍ତି ଜଣକ ମୋହିତଙ୍କୁ କରିଥିଲା । ଏଥି ସହିତ ଗତ ଜୁଲାଇ ୧୩ରେ ମୋହିତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ସେ ଗତ ୧୪ରେ ଅଫିସରୁ ଘରକୁ ଆସିବାବେଳେ ଘରେ ତାଲା ପକାଇଦେଇ ତାଙ୍କ ପତ୍ନୀ ଘରୁ ଚାଲିଯାଇଥିବା ମୋହିତ ଦେଖିଥିଲେ । ଏହି ଘଟଣାକୁ ନେଇ ପତ୍ନୀ ଓ ତାଙ୍କ ପରିବାର ଲୋକ ନିର୍ଯାତନା ଦେଉଥିବା ନେଇ ମୋହିତ ଗତ ୧୭ ତାରିଖରେ ମର୍କତ ନଗର ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ସ୍ୱାମୀ ମୋହିତଙ୍କ ନାଁରେ ତାଙ୍କ ପତ୍ନୀ ମହିଳା ଥାନାରେ ପାଲଟା ଅଭିଯୋଗ କରିଥିଲେ । ବାହାଘର ପରେ ମୋହିତ ତାଙ୍କୁ ନିର୍ଯାତନା ଦେବା, ତାଙ୍କୁ ବାରମ୍ବାର ଟଙ୍କା ମାଗିବା ସହ ବ୍ୟବସାୟ ଲାଗି ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ ଏବଂ ସେ ଟଙ୍କା ନଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିବା ଭଳି ଅଭିଯୋଗ ମୋହିତଙ୍କ ନାଁରେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ । ତେବେ ଅଗଷ୍ଟ ୩ତାରିଖ ଦିନ ଘଟଣା କେଉଁ ମୋଡ଼ ନେବ ତାହା ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking