27.8 C
Bhubaneswar
Friday, April 19, 2024
Homeଖେଳଟୋକିଓ ଅଲମ୍ପିକ୍ସ ଆରମ୍ଭ

ଟୋକିଓ ଅଲମ୍ପିକ୍ସ ଆରମ୍ଭ

ଟୋକିଓ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶୁକ୍ରବାର ଜାପାନର ଟୋକିଓ ସହରରେ ଥିବା ଜାତୀୟ ଷ୍ଟାଡ଼ିୟମରେ ବିଶ୍ବର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ ଉଦ୍‌ଘାଟିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭ ଆସନ୍ତା ଅଗଷ୍ଟ ୮ ଯାଏ ଚାଲିବ। ବିଶ୍ବର ୨୦୬ଟି ଦେଶର ପ୍ରାୟ ୧୧୩୦୦ କ୍ରୀଡ଼ାବିତ୍‌ ଏଥିରେ ଭାଗ ନେଉଛନ୍ତି। ୧୯୬୪ ପରେ ଟୋକିଓ ଦ୍ବିତୀୟଥର ଅଲିମ୍ପିକ୍‌ସ ଆୟୋଜନ କରିଛି। ଏସିଆର ପ୍ରଥମ ସହର ଭାବେ ଟୋକିଓ ୨ଥର ଅଲିମ୍ପିକ୍‌ସ ଆୟୋଜନର ସୁଯୋଗ ପାଇଛି। ଶୁକ୍ରବାର ଭାରତୀୟ ସମୟ ଅପରାହ୍ଣ ୪.୩୦ ମିନିଟ୍‌ରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ୧ ହଜାରରୁ କମ୍‌ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଭାଗ ନେବାକୁ ଆସିଥିବା ସମସ୍ତ ଦଳ ଖୁବ୍‌ କମ୍‌ ସଂଖ୍ୟକ ଖେଳାଳିଙ୍କୁ ନେଇ ଆସିଥିଲେ। ଉଦ୍‌ଘାଟନୀ ଉତ୍ସବ ଦେଖିବାକୁ ଜନସାଧାରଣଙ୍କୁ ଷ୍ଟାଡ଼ିୟମ ମଧ୍ୟକୁ ଛଡ଼ାଯାଇନଥିଲେ ମଧ୍ୟ ବେଶ୍‌ କିଛି ସଂଖ୍ୟକ ଲୋକେ ଷ୍ଟାଡ଼ିୟମ ବାହାରେ ଉପସ୍ଥିତ ରହିଥିବା ଦେଖିବାକୁ ମିିଳିଥିଲା। ପ୍ରତି ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବ ଯେପରି ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ହୋଇଥାଏ ତାହା ଶୁକ୍ରବାର ଦେଖିବାକୁ ମିଳିନଥିଲା। ଉଦ୍‌ଘାଟନୀ ଉତ୍ସବ ପାଇଁ ଷ୍ଟାଡ଼ିୟମ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ଉଦ୍‌ଘାଟନୀ ଉତ୍ସବ ଦେଖିବାକୁ ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ ଷ୍ଟାଡ଼ିୟମକୁ ଆସିଥିଲେ। ଜାପାନର ସମ୍ରାଟ୍‌ ନାରୁହିତୋ, ଜାପାନ ରାଷ୍ଟ୍ରପତି ସିକୋ ହାସିମୋଟୋ, ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ମୁଖ୍ୟ ​‌ଥୋମାସ୍‌ ବାଚ୍‌ ମଧ୍ୟ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କେତେକ ଅତି ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଉଦ୍‌ଘାଟନୀ ଉତ୍ସବ ନିମନ୍ତେ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। ଭାରତୀୟ ସମୟ ପାଖାପାଖି ୫.୩୬ରେ ଭାରତୀୟ ଦଳ ମାର୍ଚ୍ଚଫାଷ୍ଟରେ ସାମିଲ ହୋଇଥିଲା। ଭାରତୀୟ ଦଳର ପତାକା ଧରିଥିଲେ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂହ ଓ ପ୍ରଖ୍ୟାତ ମହିଳା ବକ୍ସର ମେରି କମ୍‌। ଭାରତୀୟ ଦଳ ଷ୍ଟାଡ଼ିୟମରେ ପ୍ରବେଶ କରିବା ସମୟରେ ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡ଼ିୟମରେ ଉପସ୍ଥିତ ରହି ଦୂରଦର୍ଶନ ମାଧ୍ୟରେ ଉଦ୍‌ଘାଟନୀ ଉତ୍ସବ ଦେଖୁଥିବା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ କରତାଳି ଦେଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାର୍ଯ୍ୟାଳୟରେ ଦୂରଦର୍ଶନ ମାଧ୍ୟମରେ ଉଦ୍‌ଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିଥିଲେ। ଭାରତୀୟ ​‌କ୍ରୀଡ଼ାବିତ୍‌ମାନେ ଏକତ୍ରିତ ହୋଇ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଷ୍ଟାଡିୟମ୍‌ ବାହାରେ କିନ୍ତୁ ଅଲିମ୍ପିକ୍ ଆୟୋଜନକୁ ପ୍ରବଳ ସଂଖ୍ୟାରେ ବିରୋଧ କରାଯାଇଥିଲା। ପୁଲିସକୁ ଏଥିପାଇଁ ଲହୁଲୁହାଣ ହେବାକୁ ପଡ଼ିଥିଲା। କୋଳାହଳର ସ୍ବର ମଧ୍ୟ ଷ୍ଟାଡିୟମ୍‌ ଭିତରକୁ ଶୁଭୁଥିଲା। ତେବେ ଉଦ୍‌ଘାଟନୀ ଉତ୍ସବ ଅବସରରେ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସ ବେଳେ ଇସ୍ରାଏଲ ପ୍ରତିନିଧିଙ୍କୁ ହତ୍ୟା, ୨୦୧୧ ଭୂକମ୍ପ, ସୁନାମି ଏବଂ ପରମାଣୁ ଦୁର୍ଘଟଣାରେ ନିହତଙ୍କ ଲାଗି ନିରବ ପ୍ରାର୍ଥନା କରାଯିବା ଭଳି ପ୍ରଥମ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା। ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ବାଂଲାଦେଶର ପ୍ରଫେସର ମହମ୍ମଦ ୟୁନୁସଙ୍କୁ ଅଲିମ୍ପିକ୍ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ମାର୍ଚ୍ଚ ପାଷ୍ଟ ଆରମ୍ଭ ହୋଇଥିଲା। ୧୭ ଦିନିଆ ଏହି ଅଲିମ୍ପିକ୍ସ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking